କାଲିଠୁ ଦେଶରେ ଜିଏସଟି ବଚତ ଆରମ୍ଭ

ଆସନ୍ତା କାଲି ଅର୍ଥାତ୍ ଦେଶରେ ୨ୟ ପର୍ଯ୍ୟାୟ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଜିଏସଟି ସଂସ୍କାରର ଏହି ନିଷ୍ପତ୍ତି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଜିଏସଟି ସଂସ୍କାର ଦେଶର ସମସ୍ତ ବର୍ଗକୁ ଲାଭ ପହଞ୍ଚାଇବ। ପୂର୍ବ ଟିକସ ବ୍ୟବସ୍ଥା, ଯାହା ବିଭିନ୍ନ ଟିକସର ମିଶ୍ରଣ ଥିଲା, ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇଥିଲା। ଆମେ ଜନସ୍ୱାର୍ଥ ଏବଂ ଜାତୀୟ ସ୍ୱାର୍ଥରେ ଜିଏସଟି ଲାଗୁ କରିଥିଲୁ। ଏବେ ଦେଶ ଡଜନ ଡଜନ ଟିକସର ବୋଝରୁ ମୁକ୍ତ। ‘ଏକ ରାଷ୍ଟ୍ର, ଏକ ଟିକସ’ର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜିଏସଟି ସଂସ୍କାରଗୁଡ଼ିକ ପରବର୍ତ୍ତୀ ପିଢ଼ିର ସଂସ୍କାର। ଆମେ ସେଗୁଡ଼ିକୁ ଦେଶର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରିଛୁ। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ସମାନ ଅଂଶୀଦାର କରିବ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜିଏସଟି ସଂସ୍କାରଗୁଡ଼ିକ ପରବର୍ତ୍ତୀ ପିଢ଼ିର ସଂସ୍କାର। ଆମେ ସେଗୁଡ଼ିକୁ ଦେଶର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରିଛୁ। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ସମାନ ଅଂଶୀଦାର କରିବ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜିଏସଟି ସଂସ୍କାରଗୁଡ଼ିକ ପରବର୍ତ୍ତୀ ପିଢ଼ିର ସଂସ୍କାର। ଆମେ ସେଗୁଡ଼ିକୁ ଦେଶର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରିଛୁ। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ସମାନ ଅଂଶୀଦାର କରିବ। ଏହି ଜିଏସଟି ସଂସ୍କାରଗୁଡ଼ିକ “ନାଗରିକ ଦେବୋ ଭାବ” (ଲୋକମାନେ ପରମେଶ୍ୱର) ର ମନ୍ତ୍ରକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରେ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ଏକ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଯିବାକୁ ପଡିବ।

Leave a comment