ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା

ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ  ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍‌ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି । ୨୦୨୦ରେ ତାଙ୍କ କମ୍ପାନୀ ଫେସବୁକ ନାଁରେ ପ୍ରତିଯୋଗିତାକୁ ପ୍ରଶ୍ରୟ ଦେଉନଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ପୁଣି ଥରେ ସେହି ମାମଲା କୋର୍ଟକୁ ଯାଇଛି । ଯଦି ରାୟ ଜୁକରବର୍ଗଙ୍କ ବିପକ୍ଷରେ ଯିବ । ତେବେ ତାଙ୍କୁ ଉଭୟ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମକୁ ବିକ୍ରି କରିବାକୁ ପଡ଼ିବ ।

ପୂର୍ବରୁ ଜୁକରବର୍ଗ କହିଥିଲେ ଯେ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ବଦଳରେ ପ୍ରତିଦ୍ୱନ୍ଦ୍ୱୀକୁ କିଣିନେବା ହିଁ ଭଲ । ଏହି ମନ୍ତବ୍ୟ ତାଙ୍କ ବିପକ୍ଷରେ ଯାଇପାରେ ବୋଲି କୁହାଯାଉଛି । ଜୁକରବର୍ଗଙ୍କ ତିନି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ବର୍ତ୍ତମାନ ସମୟରେ ଏତେ ପ୍ରଭାବ ରହିଛି ଯେ ଅନ୍ୟ ଛୋଟ କମ୍ପାନୀଗୁଡ଼ିକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର କୌଣସି ସୁଯୋଗ ନାହିଁ ।

Leave a comment