ହିରୋରେ ନୂଆ ଭିଡା ଭିଏକ୍ସ୨ ଉନ୍ନେଚିତ

ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ଯାନ ବ୍ରାଣ୍ଡ୍‌ ଭିଡା ପକ୍ଷରୁ କଟକର ତେଲେଙ୍ଗା ବଜାରରେ ଥିବା ପ୍ରିମିଆ ସୋ’ରୁମ୍ ଓ ଶିଖରପୁରର ଏସେନ୍‌ ହିରୋରେ ନୂଆ ଭିଡା ଭିଏକ୍ସ୨କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏସେନ୍ ଅଟୋମୋବାଇଲ୍‌ସର ତତ୍ତ୍ବାବଧାୟକ ହେମନ୍ତ କୁମାର ଠକର ଓ ସୌରଭ ଠକର ଏବଂ ଭିଡାର ଟେରିଟୋରି ସେଲ୍ସ ମ୍ୟାନେଜର ଶୁଭ୍ରୋ ବାନାର୍ଜୀ ଓ ଟେରିଟୋରି ସେଲ୍ସ ଅଫିସର ଅମର ଶର୍ମା ଉପସ୍ଥିତ ଥିଲେ।

ହିରୋର ନୂଆ ‘ଭିଡା ଭିଏକ୍ସ୨’

ଏହି ଅବସରରେ ହେମନ୍ତ କହିଥିଲେ ଯେ ଭିଡା ଭିଏକ୍ସ୨ର ମୁଖ୍ୟ ଆକର୍ଷଣ ହେଉଛି ଏହାର ରିମୁଭେବଲ୍‌ ବ୍ୟାଟେରି ଓ ବିସ୍ତୃତ ଚାର୍ଜିଂ ନେଟ୍‌ୱର୍କ। ଭିଏକ୍ସ୨ ଗୋ ମଡେଲ୍‌ରେ ଦୁଇଟି ବାହାର କରି ହେଉଥିବା ଲିଥିଅମ୍-ଆୟନ ବ୍ୟାଟେରି ରହିଛି ଯାହାକୁ ଯେକୌଣସି ସ୍ଥାନ‌ରେ ଚାର୍ଜ କରିହେବ। ଏହାର ଭିଏକ୍ସ୨ ମଡେଲ୍‌ର ରେଞ୍ଜ ୧୪୨ କିମି, ଭିଏକ୍ସ୨ ଗୋର ୯୨ କିମି ରହିଛି। ଡିସି ଚାର୍ଜରରେ ଏହାର ବ୍ୟାଟେରି ମାତ୍ର ୬୦ ମିନିଟ୍‌ରେ ୦-୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ। ଏଥିରେ ୪.୩ ଇଞ୍ଚ ଟିଏଫ୍‌ଟି ଡିସ୍‌ପ୍ଲେ, ସ୍ମାର୍ଟଫୋନ୍ ସଂଯୋଗ, ୬ କିଲୋୱାଟ୍‌ର ପିଏମ୍‌ଏସ୍‌ ମୋଟର୍‌ ରହିଛି। ବ୍ୟାଟେରି ସର୍ଭିସ୍ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ଭିଡା ଭିଏକ୍ସ୨ ଗୋର ଦାମ୍ ୫୯,୪୯୦ ଟଙ୍କା ଓ ପ୍ଲସ୍‌ର ଦାମ୍ ୬୪,୯୯୦ ଟଙ୍କା ରହିଛି।

Leave a comment