୧୦ ଗ୍ରାମକୁ ୮୮ ହଜାର ପାର କଲାଣି, ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା
ସୁନା ଦର ବୃଦ୍ଧି ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି। ମଙ୍ଗଳବାର ସୁନା ଦର ପୁଣି ବଢ଼ିଛି। ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି। ନୂଆ ଦିଲ୍ଲୀରେ ଏବେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି। ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କା ପହଞ୍ଚିଛି।