ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଜାତିସଂଘ(ୟୁଏନ୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଓ) ଅନୁସାରେ, ଏପ୍ରିଲରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ସୂଚକାଙ୍କରେ ୧.୬% ବୃଦ୍ଧି ଘଟିଛି । ଏହା ପୂର୍ବ ବର୍ଷ ତୁଳନାରେ ୨.୫% ର ମୁଖ୍ୟ କାରଣ ହେଉଛି ଅଧିକ । ଏହି ବୃଦ୍ଧିର ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ । ଆଗକୁ ଦରଦାମ ଆହୁରି ବଢ଼ିବ ବୋଲି ଚେତାବନୀ ଦେଇଛି ଜାତିସଂଘ।

ଇରାନ ଯୁଦ୍ଧକୁ ଇତିମଧ୍ୟରେ ୧୦ ସପ୍ତାହ ପୂରା ହୋଇଛି । ଏହା ମଧ୍ୟରେ ହର୍ମୁଜ ମାର୍ଗ ବଦ ରହିଛି। ଏହି ମାର୍ଗ ଦେଇ ଡିଜେଲ ଏବଂ ସାର ଭଳି ସାମଗ୍ରୀ ପରିବହନ ଠପ ହୋଇଯାଇଛି। ସାର ଏବଂ ରନ୍ଧନ ମହଙ୍ଗା ହେବା ଦ୍ଵାରା ଚାଷକାର୍ଯ୍ୟ ବ୍ୟୟବହୁଳ ହେଉଛି, ଯାହାର ସିଧାସଳଖ ପ୍ରଭାବ ଆଗାମୀ ସମୟରେ ଖାଦ୍ୟ ଓ ପାନୀୟ ସାମଗ୍ରୀ ବର ଉପରେ ପଡ଼ିବ ବୋଲି କହିଛି ଜାତିସଂଘ । ରିପୋର୍ଟ ଅନୁସାରେ, ସବୁଠୁ ଅଧିକ ପ୍ରଭାବ ଖାଇବା ତେଳ ଉପରେ ପଡ଼ିଛି। ଅଶୋଧିତ ତୈଳ ଦର ବଢ଼ିବା ଦ୍ବାରା ଜୈବିକ ଇନ୍ଧନ ଚାହିଁବା ବୃଦ୍ଧି ପାଇଛି, ଯାହାଦ୍ୱାରା ଖାଇବା ଦେଲ ଦର ମାର୍ଚ୍ଚ ତୁଳନାରେ ୫.୯% ବୃଦ୍ଧି ପାଇଛି। ଏହା ୨୦୨୨ ଜୁଲାଇ ପରଠାରୁ ସବୁଠୁ ଅଧିକ । ସେହିଭଳି ମାଂସ ଦରରେ ୧.୨% ବୃଦ୍ଧି ଘଟିଛି, ଯାହା ଏଯାବତ୍ ସର୍ବକାଳୀନ ରେକର୍ଡ। ଶସ୍ୟ ଦରରେ ବି ୦.୮% ବୃଦ୍ଧି ଦେଖିବାକୁ ମିଳିଛି। ଏଫ୍ଏଓର ମୁଖ୍ୟ ଅର୍ଥନୀତିଜ୍ଞ ମ୍ୟାକ୍ସିମୋ ଫେରେରୋ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, କୃଷି -ଖାଦ୍ୟ ଶିଳ୍ପ ଏଥିପାଇଁ ତିଷ୍ଠି ରହିଛି , କାରଣ କମ୍ପାନି ଗୁଡ଼ିକ ପୁରୁଣା ଷ୍ଟକ ବିକ୍ରି କରୁଛନ୍ତି । ସେ ରହିଲେ, ଯେଉଁ ସମୟରେ କଞ୍ଚାମାଲ ଏବଂ ଶକ୍ତି ବାବଦ ବନ୍ଧିତ ଖର୍ଚ୍ଚ କମ୍ପାନି ଗୁଡ଼ିକର ଖାତାରେ ପହଞ୍ଚିବ। ଉପଭୋକ୍ତାଙ୍କୁ ଦରଦାମ ବୃଦ୍ଧିର ତଗଡା ଝଟକା ଲାଗିବ । ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଯୁଦ୍ଧ ୧୦ ଦିନରୁ ଅଧିକ ଲମ୍ବେ ତେବେ ୨୦୨୬ ଶେଷ ଏବଂ ୨୦୨୭ରେ ବିଶ୍ଵ ଖାଦ୍ୟ ସଂକଟର ସମ୍ଭାବନା ବଡ଼ ମାତ୍ରରେ ବଢ଼ିଯିବ।

ବୁଣା କମ୍ ହେବା ଖବରଟି ଶସ୍ୟ ଦରକୁ ବଢ଼ାଇ ଦେଇଛି। ସାର ଦର ବୃଦ୍ଧି ଯୋଗୁ ଚାଷୀ ଏବେ ଏଭଳି ଫସଲ କରିବା ପାଇଁ ବିଚାର କରୁଛନ୍ତି। ଯେଉଁଥିରେ ସାର ବ୍ୟବହାର କମ୍ ହୋଇଥିବ। ଏହାଦ୍ୱାରା ଉତ୍ପାଦନ କମିବା ଆଶଙ୍କା ମଜଭୁତ ହୋଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ଖାଦ୍ୟ ପଦାର୍ଥ ବଜାରରେ ଆସିଥିବା ଏହି ଅସ୍ଥିରତାର ପ୍ରଭାବ ଖୁଚୁରା ବଜାରରେ ପହଞ୍ଚିବାକୁ କିଛି ସମୟ ଲାଗିବ କିନ୍ତୁ ଖାଦ୍ୟ ଦର ବଢ଼ିବା ଥୟ। ଭାରତରେ ଏପ୍ରିଲ ମାସରେ ଦରଦାମ ସୂଚକାଙ୍କ ବାର୍ଷିକ ୧.୧% ଏବଂ ମାସିକ ଅଧାରରେ ୦.୩% ବଢ଼ିଛି । ଏହା ୨୦୨୫ ଅଗଷ୍ଟ ପରଠାରୁ ସବୁଠୁ ଅଧିକ ମାସିକ ବୃଦ୍ଧି। ଗତ ମାସରେ ୨୦ ଅତ୍ୟାବଶ୍ୟକ ସମଗ୍ରୀ ମଧ୍ୟରୁ ୧୬ଟିର ଦର ବଢ଼ିଛି। ଖାଇବା ତେଲ, ଟମାଟୋ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ବଳରେ ୩୬% ପର୍ଯ୍ୟନ୍ତ ବୃଦ୍ଧି ଏପ୍ରିଲରେ ଖୁଚୁରା ମୁଦ୍ରାସ୍ପିତିକୁ ୪% ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା। ଆଗାମୀ ମାସ ଗୁଡ଼ିକରେ ବି ଦରଦାମ ରିସ୍କ ରହିବ ବୋଲି ଅନୁମାନ ଅଛି।

Leave a comment