ଗାଡ଼ି ପିଛା 200 ଲିଟର ଡ଼ିଜେଲ , ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର , ଏହି କଟକଣା ୯୦ ଦିନ ପାଇଁ ବଳବତ୍ତର ରହିବ

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବହୁ ପରିମାଣର ପେଟ୍ରୋଲ ଏବଂ ଡିଜେଲ କ୍ରୟ ଉପରେ କଡ଼ାକଡ଼ି କରିଛନ୍ତି ସରକାର । କିଛି ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ନିଷେଧ କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କଟକଣା ୯୦ ଦିନ ପାଇଁ ଲାଗୁ କରାଯାଇଛି ।

ସୂଚନାନୁଯାୟୀ, ଏହି କଟକଣା ୯୦ ଦିନ ପାଇଁ ବଳବତ୍ତର ରହିବ କିନ୍ତୁ ସରକାରଙ୍କ ନୂଆ ନିର୍ଦ୍ଦେଶାନୁକ୍ରମେ ଏହାର ଦର ବଢାଯାଇପାରେ । କୌଣସି ଏକ ରିପୋର୍ଟ ଅନୁଯାୟୀ, କିଛି ଅଞ୍ଚଳରେ ଡିଜେଲର ଚାହିଦାରେ ଅସାଧାରଣ ବୃଦ୍ଧି ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଫେବୃଆରୀ ଶେଷର ସରକାରୀ ତେଲ କମ୍ପାନୀଗୁଡିକ ମଧ୍ୟପ୍ରାଚ୍ୟ ସଙ୍କଟ ପରେ ସାଧାରଣ ଗ୍ରାହକଙ୍କ ଖର୍ଚ୍ଚ ବୃଦ୍ଧିରୁ ସୁରକ୍ଷା ଦେବା ପାଇଁ ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣରେ ରଖି ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଆଣିଛି ।

ଏଥିସହିତ ବହୁ ପରିମାଣର ପେଟ୍ରୋଲ ଏବଂ ଡିଜେଲ କ୍ରୟ କରିବା ଦ୍ବାରା ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସେବାକୁ ବାଧାପ୍ରାପ୍ତ କରିପାରେ । ତେଣୁ ଏହି କଟକଣାକୁ ୯୦ ଦିନ ପାଇଁ ଲାଗୁ କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶାନାମାନୁସାରେ ଏହି ୯୦ଦିନର କଟକଣା ମଧ୍ୟରେ ପେଟ୍ରୋଲ ଓ ଡିଜେଲ କ୍ରୟକୁ ସୀମିତ କରାଯାଇଛି । ଦୈନିକ ୨୦୦ ଲିଟରରୁ ଅଧିକ ହାଇ ସ୍ପିଡ ଡିଜେଲ ମିଳିବ ନାହିଁ । ହାଇସ୍ପିଡ ଡିଜେଲ ବିକ୍ରି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

Leave a comment