ମହାଙ୍ଗା ହେବ ଘର ତିଆରି, ସିମେଣ୍ଟ ବ୍ୟାଗ୍ ପିଛା ଦାମ୍ ୪୦ ଟଙ୍କା ବଢ଼ିପାରେ
ମୌସୁମୀ ଯୋଗୁ ଅଗଷ୍ଟ ମାସରେ ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି କାରଣରୁ ଅଧିକାଂଶ ସ୍ଥାନରେ ସିମେଣ୍ଟ ଚାହିଦା ବି କମ୍ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ସ୍ଥିତିରେ ସୁଧାର ଆସିପାରେ । ଆଉ ମୂଲ୍ୟରେ ବି ବୃଦ୍ଧି ହୋଇପାରେ । ବ୍ରୋକରେଜ୍ ଫାର୍ମ ନ୍ୟୁଭାମା ଇନଷ୍ଟିଚ୍ୟୁସନାଲ ଇକ୍ବିଟିଜର ଏକ ରିପୋର୍ଟ ଅନୁସାରେ, ସିମେଣ୍ଟ ବ୍ୟାଗ୍ ପିଛା ଦାମ୍ ୪୦ ଟଙ୍କା ବଢ଼ିପାରେ । କମ୍ପାନିଙ୍କୁ ପେଟ୍କୋକ୍ ମହଙ୍ଗା ପଡ଼ୁଥିବାରୁ ଏହି ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।
ରିପୋର୍ଟ ଅନୁସାରେ, ଅଗଷ୍ଟରେ ବେଙ୍ଗାଲୁରୁରେ ସିମେଣ୍ଟ ବ୍ୟାଗ୍ ପିଛା ଦାମ୍ ୧୦ ଟଙ୍କା ବୃଦ୍ଧି ହୋଇଥିଲା । ଅବଶ୍ୟ ଦକ୍ଷିଣ ଭାରତରେ ଅଧିକାଂଶ ବଜାରରେ ସିମେଣ୍ଟ ଦାମ୍ ସ୍ଥିର ରହିଥିଲା । ଉତ୍ତର ଭାରତରେ ମୌସୁମୀ ଯୋଗୁ ଚାହିଦା ମାନ୍ଦା ରହିଥିଲା । ମାତ୍ର ସେପ୍ଟେମ୍ବରରେ ଏଠାରେ ବ୍ୟାଗ୍ ପିଛା ମୂଲ୍ୟ ପ୍ରାୟ ୧୦-୨୦ ଟଙ୍କା ବୃଦ୍ଧି ହୋଇପାରେ। ସେହିଭଳି ମଧ୍ୟ-ଭାରତରେ ସିମେଣ୍ଟ ଦାମରେ ୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି। ନ୍ୟୁଭାମା ରିପୋର୍ଟ ଅନୁସାରେ, ଡିଲରଙ୍କ ପାଇଁ ସେପ୍ଟେମ୍ବର ଆରମ୍ଭରେ ପ୍ରତି ବ୍ୟାଗ୍ ସିମେଣ୍ଟ ଦାମରେ ୩୦ରୁ ୪୦ ଟଙ୍କା ବଢ଼ିବା ନେଇ ଅନୁମାନ କରାଯାଉଛି । ଅବଶ୍ୟ ପଶ୍ଚିମ ଭାରତରେ ଡିଲରଙ୍କ ଉପରେ ଦାମରେ ବୃଦ୍ଧିର ଅନୁମାନ ନାହିଁ।
ସିମେଣ୍ଟ ସେକ୍ଟର ପାଇଁ ମହଙ୍ଗା ପେଟ୍କୋକ୍ ହୋଇପାରେ ଟେନସନ୍
ସିମେଣ୍ଟ ପ୍ରସ୍ତୁତ ପାଇଁ ପେଟ୍କୋକ୍କୁ ଫ୍ୟୁଏଲ ବା ଇନ୍ଧନ ଭାବରେ ବ୍ୟବବହାର କରାଯାଇଥାଏ। ନିକଟରେ ଦାମ ବଢ଼ିବାର କାରଣ ଭୂରାଜନୈତିକ ଅସ୍ଥିରତା ରହିଛି। ଅବଶ୍ୟ ନ୍ୟୁଭାମା ରିପୋର୍ଟରେ ସମଗ୍ର ସିମେଣ୍ଟ ସେକ୍ଟର ଉପରେ ନିରପେକ୍ଷ ଆଭିମୁଖ୍ୟ ରହିଛି।
ରିପୋର୍ଟରେ କୁହାଯାଇଛି ଯେ, ସେକ୍ଟର ପାଇଁ ବଢ଼ୁଥିବା ଖର୍ଚ୍ଚ ଏକ ବଡ଼ ଚିନ୍ତା । କାରଣ ପେଟ୍କୋକ୍ର ଦାମ୍ରେ ମାସିକ ଆଧାରରେ ପ୍ରତି ଟନ୍ ୨୦ ଡଲାର ବୃଦ୍ଧି ହୋଇଛି। ସୂଚନାଥାଉକି, ୨୦୨୬ ଜୁଲାଇରେ ପେଟ୍କୋକ୍ ମୂଲ୍ୟ ହ୍ରାସ ପାଇ ୧୩୩ ଡଲାର ପ୍ରତି ଟନ୍ ପିଛା ହୋଇଥିଲା। ଏବେ ଏହା ପୁଣିଥରେ ବଢ଼ି ପ୍ରାୟ ୧୫୨ ଡଲାର ପ୍ରତି ଟନରେ ପହଞ୍ଚିଛି। ଅବଶ୍ୟ ପେଟ୍କୋକ୍ ଦା ଏବେବି ୧୬୨ ଡଲାର ପ୍ରତି ଟନ ଉପରେ ରହିଛି।