ପୁରୀରେ ସ୍ଥାପନ ହେବାକୁ ଯାଉଥିବା କେବୁଲ୍‌ ଲ୍ୟାଣ୍ଡିଂ ‌ଷ୍ଟେସନ୍ ଡିପିଆର୍‌ର ସମୀକ୍ଷା

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପୁର‌ୀରେ ସ୍ଥାପନ ହେବାକୁ ଯାଉଥିବା କେବୁଲ୍‌ ଲ୍ୟାଣ୍ଡିଂ ‌ଷ୍ଟେସନ୍ ଡିପିଆର୍‌ର ସମୀକ୍ଷା କରାଯାଇଛି। ରେଲ୍‌ଟେଲ୍‌ ଓ ଡେଲଏଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଡିପିଆର୍‌ରେ କିଭଳି ଅଗ୍ରଗତି ହୋଇଛି ତାହା ବୈଠକରେ ସମୀକ୍ଷା କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଂଶୀଦାରମାନଙ୍କ ମତାମତ ନେବାକୁ ମୁଖ୍ୟ ସଚିବ କହିଥିଲେ। ଅନୁମୋଦନ ପାଇଁ ଡିପିଆର୍‌କୁ ଶୀଘ୍ର ଦାଖଲ କରିବା ଏବଂ ପ୍ରକଳ୍ପକୁ ତିନି ବର୍ଷ ଭିତରେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ‌ ଦେଇଥିଲେ।

କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ହେଉଛି ସରକାର ଏକ ପ୍ରମୁଖ ଅଭିଯାନ ଯାହା ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ ଡିଜିଟାଲ୍ ହବ୍‌ରେ ପରିଣତ କରିବ। ଡିଜିଟାଲ୍ କ୍ଷେତ୍ରର ନିବେଶ ଆକୃଷ୍ଟ କରିବା ଏବଂ ବ୍ୟବସାୟ, ପ୍ରଯୁକ୍ତି ସଂସ୍ଥା ଓ ଶ୍ରମଶକ୍ତି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି। ଭୌଗୋଳିକ ଉପସ୍ଥିତି, ଉପଯୁକ୍ତ ଉପକୂଳ, ଭବିଷ୍ୟତରେ ବ୍ୟାପକ କରିବାର ସୁଯୋଗ ଏବଂ ଦୃଢ଼ ଭିତ୍ତିଭୂମି ଥିବାରୁ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍ ପାଇଁ ପୁରୀ  ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ଦ୍ବାରା ସିଧାସଳଖ ଅନ୍ତର୍ଜାତୀୟ ଫାଇବର୍ ସଂଯୋଗ ମିଳିବ, ସ୍ପିଡ୍ ସମସ୍ୟା ଦୂର ହେବ, ଇଣ୍ଟରନେଟ୍ ସ୍ପିଡ୍ ବଢ଼ିବ। ଏହା ଓଡ଼ିଶାକୁ ହାଇପରସ୍କେଲର୍, ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି)ର ଏକ ପ୍ରମୁଖ ସ୍ଥଳରେ ପରିଣତ କରିବ।

Leave a comment