ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ
ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ଏହାର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ ଘଟୁଛି । ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେୟାର ବଜାରରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ କରାଯାଇଛି।
ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।