ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି । ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି । ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଇଛି।
କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚିହ୍ନଟ। ମୟୁରଭଞ୍ଜର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି। ବାକି ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧର କେତେକ ସ୍ଥାନରେ ସୁନା ଖଣି ଥିବାର ସୂଚନା ମିଳିଛି। ତାହାର ସବୁ ଯାଞ୍ଚ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Next Post