ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ବରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୩.୫ ଲକ୍ଷ ହେଉଛନ୍ତି କର୍ପୋରେଟ୍ କର୍ମଚାରୀ। ଏହି କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରୁ ୧୪ ହଜାର ବା ୪ ପ୍ରତିଶତ କର୍ମଚାରୀ ଛଟେଇ ହେବେ।ଏହି ଛଟେଇକୁ କମ୍ପାନି ରଣନୈତିକ ପୁନର୍ଗଠନ ବୋଲି କହିଛି। ମାନ୍ଦାବସ୍ଥା ପାଇଁ ଏହି ଛଟେଇ ହେଉନାହିଁ, ବରଂ କମ୍ପାନିକୁ ପରବର୍ତ୍ତୀ ପର୍ଯ୍ୟାୟ ଡିଜିଟାଲ ରୂପାନ୍ତର ପାଇଁ ଅଧିକ ପ୍ରତିଯୋଗିତାକ୍ଷମ କରିବା ଲାଗି ଏହା କରାଯାଉଛି। ମୁଖ୍ୟତଃ ମାନବ ସମ୍ବଳ, ରିଟେଲ, ଏଡବ୍ଲ୍ୟୁଏସ୍ ଏବଂ ଆଲେକ୍ସା ଓ ଫାୟାର ଟିଭି ଟିମ୍ରେ ଥିବା କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହେବେ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post