ସାଇବର୍‌ ଠକେଇ ଉପରେ ଅଙ୍କୁଶ, ୭.୮୧ ଲକ୍ଷ ସିମ୍‌କାର୍ଡ ଅଚଳ

ସାଇବର୍‌ ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରି ୨୮ ସୁଦ୍ଧା ଦେଶରେ ୭.୮୧ ଲକ୍ଷ ସିମ୍‌କାର୍ଡ, ୩ ହଜାରରୁ ଅଧିକ ସ୍କାଇପ୍ ଆଇଡି ଓ ୮୩ ହଜାରରୁ ଅଧିକ ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ ଅଚଳ କରାଯାଇଛି। ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବନ୍ଦି ସଞ୍ଜୟ କୁମାର ସଂସଦରେ ଏହି ସୂଚନା ଦେଇଛନ୍ତି। ପୁଲିସ ସୂଚନା ଆଧାରରେ ୨,୦୮,୪୬୯ ଆଇଏମ୍‌ଇଆଇ ନମ୍ବର ମଧ୍ୟ ଅଚଳ କରାଯାଇଛି।

ଗୃହ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଭାରତୀୟ ସାଇବର୍ ଅପରାଧ ସମନ୍ବୟ କେନ୍ଦ୍ର ପକ୍ଷରୁ ଡିଜିଟାଲ୍ ଆରେଷ୍ଟ ପାଇଁ ବ୍ୟବହାର କରାଯାଇଥିବା ୩୯୬୨ ସ୍କାଇପ୍‌ ଆଇଡି ଓ ୮୩,୬୬୮ ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌କୁ ଚିହ୍ନଟ କରି ସେଗୁଡ଼ିକୁ ଅଚଳ କରାଯାଇଛି। ୨୦୨୧ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ପରଠାରୁ ୧୩.୩୬ ‌ଲକ୍ଷ ଅଭିଯୋଗ ଜରିଆରେ ୪୩୮୬ କୋଟି ଟଙ୍କା ସଞ୍ଚୟ କରାଯାଇଛି। ସାଇବର୍ ଅପରାଧ ସମ୍ପର୍କିତ ଅଭିଯୋଗ ଲାଗି ୧୯୩୦ ଦେୟମୁକ୍ତ ନମ୍ବର ଜାରି କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Leave a comment