ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି

ରାଜ୍ୟରେ ଚାଲିଥିବା ଶିଳ୍ପାୟନରେ ଖୋର୍ଦ୍ଧା ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ରାଜ୍ୟର ପାରମ୍ପରିକ ଶିଳ୍ପ ଜିଲ୍ଲାଗୁଡ଼ିକୁ ଏହା ପଛରେ ପକାଇ ଦେଇଛି। ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଜଗତସିଂହପୁର ଓ ଅନୁଗୁଳକୁ ଏହା ପଛରେ ପକାଇ…

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଏହି ରାଜନୈତିକ ହଲଚଲକୁ ଅଧିକ ତୀବ୍ର କରିଛି। ଚର୍ଚ୍ଚା ହେଉଛି, ଜେଏମଏମ୍ ଛାଡ଼ି ଆଜି ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ୍। ନିଜ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ…

ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ରାଖି ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ। ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି…

ପିଆଜ ଟପିଲା ୫୦

ବଢିଲା ପିଆଜ ଦର। ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ଚିନ୍ତା ବଢାଇଛି। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବା ବେଳେ ଆଗକୁ ଦରବୃଦ୍ଧି ଆଶଙ୍କା ରହିଛି। ବଜାରରେ ଆଳୁ ଆଉ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ। ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ। ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସରକାରୀ ଛୁଟି ଥିବାରୁ ଭୁବନେଶ୍ୱର, ୟୁନିଟ ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ।  ଏ ନେଇ ସାଧାରଣ ପ୍ରଶାସନ…

ଆଜି ଶ୍ରାବଣ ମାସର ଶେଷ ସୋମବାର

ଭୁବନେଶ୍ଵର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳୁଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ…

ଆଜି ଶ୍ରାବଣ ମାସର ଶେଷ ସୋମବାର

ଆଜି ଶ୍ରାବଣ ମାସର ଶେଷ ସୋମବାର।  ଜଳ ଲାଗି ପାଇଁ ରାଜ୍ୟର ସବୁ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।  ମନସ୍କାମନା ପୂରଣ ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ।  ବୋଲ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।…

ଦୁଗଲ ପଞ୍ଚାୟତରେ ସୁପ୍ରିମ୍‌କୋର୍ଟ ବିଚାରପତି: ଭୂମିହୀନ ଲୋକଙ୍କ ସମସ୍ୟା ବୁଝିଲେ

ସାକ୍ଷୀଗୋପାଳ: ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର ଲୋକଙ୍କୁ ଭେଟିଥିଲେ।…

ଆଜି ରାକ୍ଷୀପୂର୍ଣ୍ଣିମା

ଭାଇ ଓ ଭଉଣୀଙ୍କ ଅବିସ୍ମରଣୀୟ ପ୍ରେମ ‘ରକ୍ଷାବନ୍ଧନ’। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମ ଓ ପରସ୍ପରଙ୍କ ପ୍ରତି ସମ୍ମାନର ପ୍ରତୀକ। ଏହାକୁ ଭାଇମାନେ ତାଙ୍କ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସାରା ଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି ଏବଂ ଉପହାର ସହିତ ପାଳନ କରନ୍ତି।ପୁରାଣରେ…

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟ ଉତ୍ତର ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାରେ ଏଭଳି ପାଗ ଲାଗିରହିବ। ମଙ୍ଗଳବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡ଼ା, ଗଜପତି,…