୧୦ ଦିନ ବିତିଲା : ସରକାର ଗଠନ ହୋଇପାରୁନି

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ‌ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି। ସିନ୍ଦେ କିଛି ବଡ଼ ଦାବି କରୁଥିବା ଚର୍ଚା ହେଉଛି ।…

ବିଧାନସଭାରେ ଦାଦନ ମୃତ୍ୟୁ ପ୍ରସଙ୍ଗ ଉପରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ,…

ବାଂଲାଦେଶରେ ମୁସଲମାନଙ୍କ ଆକ୍ରମଣର ଶିକାର ହେଲେ ସନ୍ଥ ଚନ୍ମୟଙ୍କ ଓକିଲ

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରର ବିରୋଧ କରି ଗିରଫ ଇସ୍କୁନ ସନ୍ଥ ଚନ୍ମୟଙ୍କ ଓକିଲଙ୍କୁ ଆକ୍ରମଣ କରାଯାଇଛି । ଓକିଲ ରମେନ ରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଇସ୍କନ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ଅଜିଠୁ ପ୍ରାଥିପତ୍ର ଦାଖଲ ଆରମ୍ଭ

ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ରାଜ୍ୟସଭା…

ଆଳୁ ଦର ବୃଦ୍ଧି ଯୋଗୁଁ ବିଧାନସଭାରେ ଗର୍ଜନ କଲେ ବିରୋଧୀ

ବଡ଼ବଡ଼ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ରାଜ୍ୟରେ ସରକାର ଗଢ଼ିବା ପରେ କେବଳ ଖାଉଟିଙ୍କୁ କନ୍ଦାଇଛି। ଚାରି ମାସ ହେଲା ଆଳୁ କଷ୍ଟରେ ଲୋକ ହନ୍ତସନ୍ତ ହେଲେଣି। ମାତ୍ର ସରକାର ବେଫିକର ଓ ଯୋଗାଣମନ୍ତ୍ରୀ ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଡବଲ ଇଞ୍ଜିନ୍‌ ସରକାର ଆଳୁ ଟ୍ରକ ଟାଣି…

ଭାରତ- ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରସ୍ତୁତ UAE

ଦୀର୍ଘ ଦିନ ଧରି ଚମ୍ପିଆନ୍ସ ଟ୍ରଫି- ୨୦୨୫କୁ ନେଇ ବିବାଦ ଲାଗି ରହିଥିଲା । ଏହା କେଉଁଠି ଖେଳାଯିବ ସେନେଇ କୌଣସି ଅଧିକାରିକ ସୂଚନା ପ୍ରଦାନ କରାଯାଇନଥିଲା । ଏବେ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ(UAE) ଭାରତ- ପାକିସ୍ତାନ ମଧ୍ୟରେ ହେବାକୁ ଥିବା…

କାଲି ଯାଏ ମୁଲତବୀ ରହିବ ସଂସଦର ଶୀତକାଳୀନ ଅଧିବେଶନ

ଆଜି ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ ହୋଇଛି । ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଏବଂ ମଣିପୁର ପରିସ୍ଥିତିକୁ ବିରୋଧ କରି ନିଜର ବିରୋଧ ଜାରି ରଖିଥିଲେ । ଏକ ସପ୍ତାହ ଧରି ସଂସଦରେ ବିରୋଧୀଙ୍କ ଏପରି ବିଶୃଂଖଳା କାରଣରୁ ସଂସଦରେ କୈାଣସି କାର୍ଯ୍ୟ ହୋଇପାରିନାହିଁ ।…

ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ । ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ପ୍ରତିପଦ ତିଥିରେ ପାଳନ ହୁଏ ଦେବ ଦୀପାବଳି । କିମ୍ବଦନ୍ତୀ ଅନୁଯାୟୀ ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ପ୍ରଭୁ ରାମଚନ୍ଦ୍ର ଦେବ ଦୀପାବଳି ପାଳନ…

‘ଦ ସାବରମତି ରିପୋର୍ଟ’ ଦେଖି ଭବାବିହ୍ଵଳ ହେଲେ ମୋଦି

ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର…

ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ

ଆସନ୍ତା ବର୍ଷ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିବେ। ତେବେ ପୁଟିନଙ୍କ ଗସ୍ତ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ରୁଷିଆ ରାଷ୍ଟ୍ରପତି ଭାରତ ଆସୁଛନ୍ତି। ରୁଷିଆ ଦୂତାବାସ ଏହି ସୂଚନା ଦେଇଛି।…