ଏନଟିଏକୁ ନୋଟିସ ଜାରି

ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏନଟିଏ ପକ୍ଷରୁ ଅବେଦନ କରାଯାଇଥିବା ଭିନ୍ନ-ଭିନ୍ନ ହାଇକୋର୍ଟରେ ଦାଖଲ…

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଶପଥପାଠ କରାଇଲେ ରାଜ୍ୟପାଳ

ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା । ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା…

ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର ,ଆଜି ଏହି ବିମାନ ଆସିବ କେରଳରେ

ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି ।…

ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କର ବଢିଲା ଅଡୁଆ, ଠକେଇ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ

ଗୋଲଡ଼ ସ୍କିମରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦେଶ ଦେଇଛି । କୁନ୍ଦ୍ରା ଦମ୍ପତିଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ ସତ୍ୟୁଗ…

୨୬ଜୁନରେ ନିର୍ବାଚନ

ଲୋକ ସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ରବିବାର (୯ଜୁନ) ଶପଥ ଗ୍ରହଣ କରିବା ପରେ ସୋମବାର (୧୦ ଜୁନ) ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ…

ରଜ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ସାରା ରାଜ୍ୟରେ ପହିଲି ରଜ ପାଳନ କରାଯାଉଛି । ପହିଲି ରଜ ପାଳନ ପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ରଜ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ସାଂସଦ ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାଜ୍ୟବାସୀଙ୍କୁ ରଜ ଉତ୍ସବ ପାଇଁ…

‘କୁହୁଡ଼ି’ ଓ ‘ଚନ୍ଦ୍ରବଂଶୀ’ର ଟକ୍କର

ରଜକୁ ଆଖିରେ ରଖି ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ରଜ ପୂର୍ବରୁ ‘ଟିକେ ଟିକେ ଅଚିହ୍ନା ତୁ’ ଓ ‘ପାବାର୍‌’ ରିଲିଜ୍‌ ହୋଇଥିବା ବେଳେ ଶୁକ୍ରବାର ‘ଚନ୍ଦ୍ରବଂଶୀ’ ଓ ‘କୁହୁଡ଼ି’ ମୁକ୍ତିଲାଭ କରିବ। ଆସନ୍ତାକାଲି ହିନ୍ଦୀ ଫିଲ୍ମ ‘ଚନ୍ଦୁ ଚାମ୍ପିଅନ୍‌’ ମଧ୍ୟ ରିଲିଜ୍‌…

୯ ଘଣ୍ଟା ଉଡ଼ାଣ ପରେ ଫେରିଲା ଲଣ୍ଡନ ବିମାନ

ବିମାନଯାତ୍ରୀଙ୍କ ପାଇଁ ଆଉ ଏକ ଭୟଙ୍କର ଅଭିଜ୍ଞତା ମିଳିଛି। ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନ ଲଣ୍ଡନରୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ୯ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଭରିବା ପରେ ପୁଣି ସେହି ମୂଳ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ଆଟଲାଣ୍ଟିକ୍ ମହାସାଗର…

ଇଟାଲୀରେ ପହଞ୍ଚିଲେ ମୋଦି

୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ କାନାଡା, ଫ୍ରାନ୍ସ, ଜର୍ମାନୀ…

ମୌସୁମୀ ବାୟୁ ପୁରା ଓଡ଼ିଶା ଛୁଇଁବାକୁ ଲାଗିପାରେ ଆହୁରି ୪ ଦିନ – ପାଣିପାଗ ବିଭାଗ

ପଶ୍ଚିମ ଓଡ଼ିଶାରେ ତାତି, ଉପକୂଳରେ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଚି । ତେବେ ଆଗାମୀ ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ ରହିବ । କିନ୍ତୁ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ମୌସୁମୀ ବାୟୁ ପୁରା ଓଡ଼ିଶା…