ଏପରି କଲେ ଶୀଘ୍ର ହେବ ବିବାହ , ମିଳିବ ମନପସନ୍ଦର ଜୀବନସାଥୀ
ଅନେକ ସମୟରେ ଖୁବ୍ ଚେଷ୍ଟା କରିବା ପରେ ମଧ୍ୟ ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ଠିକ୍ ହୋଇନଥାଏ । ବାରମ୍ବାର ବିବାହରେ ବାଧା ଆସିବା ସହ ଭାଙ୍ଗି ଯାଇଥାଏ । ଏଭଳି ସମସ୍ୟା ଲାଗି ରହୁଥିଲେ ଏଭଳି କିଛି ସହଜ ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଶୀଘ୍ର ବିବାହ ହେବା ସହ ବିବାହରେ ଥିବା ସମସ୍ୟା ଦୂର ହୋଇ ମନପସନ୍ଦର ଜୀବନସାଥୀଙ୍କ ସହ ବିବାହ ହୋଇଥାଏ ।
ଶୁକ୍ରବାର ଦିନ କୁଆଁରୀ କନ୍ୟାଙ୍କୁ କ୍ଷୀର ଓ ମିଠା ପ୍ରଦାନ କରନ୍ତୁ । ସଧବା ସ୍ତ୍ରୀ ଲୋକଙ୍କୁ ସାଜସଜ୍ଜା ଓ ସୁହାଗ ଜିନିଷ ଉପହାର ଦିଅନ୍ତୁ । ଏପରି ୧୬ଟି ଶୁକ୍ରବାର କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ।
ସୋମବାର ଭଗବାନ ଶିବ ଓ ମା’ପାର୍ବତୀଙ୍କୁ କ୍ଷୀର ଅର୍ପଣ କରି ପୂଜାର୍ଚ୍ଚନା କରନ୍ତୁ ।
ଗୁରୁବାର ଦିନ ଅଟାରେ ପ୍ରସ୍ତୁତ ଜିନିଷ, ଗୁଡ, ଚଣା ଗାଈଙ୍କୁ ଖାଇବାକୁ ଦିଅନ୍ତୁ । ଶୀଘ୍ର ବିବାହ ହୋଇଥାଏ ।
ନିୟମିତ ଶିବ-ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
ଅବିବାହିତ ଯୁବକ-ଯୁବତୀ ଖଟ ତଳେ ଲୁହା, ଖରାପ ବୈଦ୍ୟୁତିକ ଜିନିଷ, ବ୍ୟବହାର ହେଉନଥିବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।
ଗୁରୁବାର ଓ ପୂର୍ଣ୍ଣିମା ତିଥିରେ ବରଗଛ ମୂଳେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ । ଗୁରୁବାର ବରଗଛକୁ ପୂଜା କରିବା ସହ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ବିବାହରେ ଥିବା ସମସ୍ତ ସମସ୍ୟା ଦୂର ହେବ ।
ଗୁରୁବାର ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଭୋଜନରେ କେସର ମିଶାଇ ସେବନ କରନ୍ତୁ । ଶୀଘ୍ର ବିବାହ ହୋଇଥାଏ ।