ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ, ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟବାନ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ରାଶି ପରିବର୍ତ୍ତନ କରି ଥାନ୍ତି। ଏହାର ପ୍ରଭାବ ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଗଣନାନୁସାରେ ଜୁଲାଇରେ ଶନିଦେବ ଓଲଟା ଚଳନ କରିବେ। ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ବିଶେଷ ଗ୍ରହ ଯୋଗ ଓ ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଧନ ଲାଭ ଓ ଉନ୍ନତି ହେବ । ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟବାନ୍‌..

ବୃଷ- ହଠାତ୍‌ ଧନ ପ୍ରାପ୍ତି ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ହେବ । ଅଧିକାରୀଙ୍କ ସହଯୋଗ ମିଳିବ । ପୈତୃକ ସମ୍ପତ୍ତି ରୁ ଲାଭବାନ୍‌ ହେବେ ।

ମିଥୁନ- ଏହି ରାଶିଙ୍କୁ ଅଧିକ ଲାଭ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଦେଶ ବିଦେଶର ଯାତ୍ରାର ଯୋଗ ରହିଛି । ପରିବାରରେ ସମସ୍ୟା ରହିବନି । ନୂଆ ଘର, ଭୂମି କିଣିବାର ଯୋଗ ରହିଛି ।

ତୁଳା- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଧନ ସମ୍ପତ୍ତି ବୃଦ୍ଧି ହେବ । ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଆମଦାନୀରେ ବୃଦ୍ଧି ହେବ । ବ୍ୟବସାୟରେ ବଡ ଧରଣର ଲାଭ ହେବ। ଚାକିରିରେ ପଦନ୍ନୋତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ରହିବ । ବାପା-ମାଆଙ୍କ ଠାରୁ ଆର୍ଥିକ ସହଯୋଗ ମିଳିବ।

Leave a comment