ଆଜିର ରାଶିଫଳ
ମେଷ:-ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି।
ବୃଷ:-ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି ତନ୍ମୟତା ଓ ପରିଶ୍ରମ କରିବେ ସେହି ଅନୁରୂପ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।
ମିଥୁନ:-ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ସମାଜ କାମରେ ଯୋଗ ଦିଅନ୍ତୁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ପ୍ରେମ ଜୀବନ ଭଲ ରହିବ।
କର୍କଟ:-କୌଣସି କଥାକୁ ନେଇ ଦ୍ବନ୍ଦରେ ରହିବେ। ପରିବାର ସହିତ ଚଳଚିତ୍ର ଦେଖିବାର ଯୋଜନା କରିପାରନ୍ତ। ନୂଆ କୌଶଳ ଶିଖିବାର ବିଚାର କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ।
ସିଂହ:-ଅଫିସରେ କାମର ବୋଝ ବଢ଼ିପାରେ। ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ ଯାହା ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା:-ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଚୁଟୁକିରେ ବାହାରି ଯିବ। ନିଜର ସଂପର୍କିୟ ଠାରୁ ବହୁମୂଲ୍ୟ ଉପହାର ପାଇବା ଯୋଗୁଁ ମନ ପ୍ରସନ୍ନ ରହିବ। ସରକାରୀ କାମରେ ଲାଭର ସମ୍ଭାବନା।
ତୁଳା:-ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି।
ବିଛା:-ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଜୀବନରେ ଭଲ ପରିବର୍ତ୍ତନ ପାଇଁ କିଛି ଭଲ ପରିବର୍ତ୍ତନ କରିବାକୁ ଚାହିଁବେ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ।
ଧନୁ:-ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦନଟିଏ। କୌଣସି ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ ଛୋଟିଆ କଥା ଉପରେ ଅଧିକ ନଭାବିଲେ ଜୀବନ ସହଜ ହେବ।
ମକର:-ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ମହିଳା ଜରୁରୀ ଅଧିବେଶନରେ ଯୋଗ ଦେବେ। ଧାର ପରିଶୋଧ କରିଦେବା ଯୋଗୁଁ ଚିନ୍ତା ସମାପ୍ତ ହେବ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ।
କୁମ୍ଭ:-ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀ ଅଧିକାରୀଙ୍କର ସାହାଯ୍ୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନରେ ସୁଖୀ ରହିବେ।
ମୀନ:-ଆପଣଙ୍କ ମନ ଘରୋଇ କାମଧନ୍ଦାରେ ଲାଗିବ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବାଣୀ ଉପରେ ସଂଯମ ରଖନ୍ତୁ।