ଆଜିଠୁ ରାଶିଚକ୍ରରେ ଆରମ୍ଭ ହେଉଛି ଶନି ଚଳନ
ଆଜିଠୁ ରାଶିଚକ୍ରରେ ଆରମ୍ଭ ହେଉଛି ଶନି ଚଳନ । ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ନ୍ୟାୟର ଦେବତା ଶନି ଦେବ । ମୀନ ରାଶିରେ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଶନି ବିଦ୍ୟମାନ ରହିବେ । ଜ୍ୟୋତିଷ ଗଣନା ଅନୁସାରେ,୧୦୦ ବର୍ଷ ପରେ ସୂର୍ଯ୍ୟଗ୍ରହଣ ଦିନ ଶନି ଗୋଚରର ସଂଯୋଗ ସୃଷ୍ଟି ହୋଇଛି । ନବଗ୍ରହ ମଧ୍ୟରେ ଶନିଙ୍କ ଚଳନ ସବୁଠାରୁ କ୍ଷୀପ୍ର ବୋଲି କୁହାଯାଇଛି । ଶନିଦେବଙ୍କ ରାଶି ପରିବର୍ତ୍ତନ ପାଖାପାଖି ଅଢ଼େଇ ବର୍ଷରେ ଥରେ ହୋଇଥାଏ । ଏହି ପରିବର୍ତ୍ତନର ପ୍ରଭାବ ସାରା ଦେଶ ଏବଂ ଦୁନିଆ ଉପରେ ମଧ୍ୟ ପଡ଼ିଥାଏ । ରାଶିଚକ୍ର ଉପରେ ମଧ୍ୟରେ ଶନି ଗୋଚରର ପ୍ରଭାବ ଦେଖିବାକୁ ମିଳିଥାଏ । ଏଥିରେ ରାଶିଙ୍କ ସାଢ଼େସାତୀ ଏବଂ ଢ଼େୟା (ଅଢ଼େଇ ବର୍ଷ ପାଇଁ ଶନିଙ୍କ ପ୍ରଚଳନ) ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ତେବେ କେଉଁ କେଉଁ ରାଶିଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା ।