ଆଜିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ସତ୍‌ପରାୟଣ ହେବେ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ । ସୁଖାଦ୍ୟ ସହିତ ଆନନ୍ଦ ଉପଭୋଗ କରିବେ।

ମିଥୁନ: ଶତ୍ରୁ ଯେତେ ବଳବାନ୍‌ ହେଉନା କାହିଁକି ନୂତନ ତଥା ଅଭିନବ ରଣକୌଶଳରେ ତାକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ସତ୍‌ପରାଯଣ ହେବେ।

କର୍କଟ: ଉଚ୍ଚ ଶିକ୍ଷା ଓ ସାକ୍ଷାତକାର ପାଇଁ ବିଦ୍ୟାର୍ଥୀମାନେ ନାନା ଉପା ପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିର ଉନ୍ନତି ଘଟିବ । ଦାମ୍ପତ୍ୟ ସୁଖ ମିଳିବ।

ସିଂହ : କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦିତ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ନିଜ ଗୁଣରେ ତା’ର ସୁଧାର ଆଣିବାରେ ସିଦ୍ଧହସ୍ତ ହେବେ।

କନ୍ୟା: ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଅଭାବ ପୂରଣ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉପୁଜିଥ‌ିବା ଅଶାନ୍ତି ଦୂର ହେବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ । ସହାୟତା ମିଳିବ।

ତୁଳା: ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଟଞ୍ଚଳ ରହିବେ। କୀର୍ତିମାନ୍ ଓ ଅତି ସୁଖୀ ହୋଇପାରନ୍ତି। ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ । ରୂପବାନ୍ ହେବେ। ଧନବାନ୍ ହେବେ।

ବିଛା: ଆୟ ଆଶାନୁରୂପ ହେବ। ବିଭାଗୀୟ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ବିବାଦୀଯ ଦୀୟ ବିତର୍କରେ ଭାଗ ନ ନେଇ ନିରବଦର୍ଶକ ସାଜିପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରି କରିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର କଥାରେ ପରକୁ ଆପଣାର କରିବେ।

ମକର: ଜ୍ଞାନ ପିପାସୁ ହେବେ । ସତକର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ ।

କୁମ୍ଭ: କର୍ମକ୍ଷେତ୍ରରୁ ଅପୂର୍ବ ଅପୂର୍ବ ସଫଳତା ପାଇବେ। ବିବାଦୀୟ । ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ  ବାତାବରଣ  ସ୍ବଚ୍ଛ ଓ ନିର୍ମଳ ରହିଛି। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ସ୍ଥିର ମନା ହେବେ ।

ମୀନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ପ୍ରଣମ୍ୟ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Leave a comment