ଆଜିର ରାଶିଫଳ
ମେଷ: ପ୍ରବଳ ପ୍ରତାପୀ ହେବେ। ପ୍ରଭୃତ୍ବ ବିସ୍ତାର କରି ଜନମାନସକୁ ସ୍ତବ୍ଧ କରିପାରନ୍ତି। ମହାମନୁଷ୍ୟଭାବେ ନିଜ ପରିଚୟ ସୃଷ୍ଟି କରିବେ। କୁଳ ପ୍ରଧାନ ହେବେ। ମାତୃ ଓ ପିତୃଭକ୍ତିଯୁକ୍ତ ହେବେ। ସୁସ୍ଥ ରହିବେ।
ବୃଷ: ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥି ପାଇଁ ସାଧୁମାନଙ୍କର ବିରାଗ ଭାଜନ ହେବେ। ବାକ୍ ସଂଯମୀ ହେବାକୁ ଚେଷ୍ଟା କରନ୍ତୁ। ସାହସୀ ହୋଇପାରନ୍ତି। ନିଜ ଲୋକଙ୍କ ସ୍ବାର୍ଥ ସାଧନରେ ନିମଗ୍ନ ରହିବେ।
ମିଥୁନ: ଧନ, ସମ୍ପଦ ଭରପୂର ରହିବ। ବହୁ ହିତାକାଂକ୍ଷୀ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଧର୍ମ କାର୍ଯ୍ୟରେ ନିଜେ ଓ ମିତ୍ରମାନଙ୍କୁ ନିୟୋଜିତ କରିପାରନ୍ତି। ବିଦ୍ୟାବାନ୍ ହେବେ। ପ୍ରିୟାପ୍ରୀତି ତୋଷଣକାରୀ ହୋଇପାରନ୍ତି।
କର୍କଟ: ପତ୍ନୀଙ୍କ ଦ୍ବାରା ପ୍ରସ୍ତୁତ ଅନ୍ନବ୍ୟଞ୍ଜନରେ ନିଜେ ଓ ପରିବାରବର୍ଗଙ୍କୁ ଆପ୍ୟାୟିତ କରି ଆତ୍ମସନ୍ତୋଷ ଲାଭ କରିବେ। ଉପହାର ପ୍ରାପ୍ତିରେ ସୁଖ ଅନୁଭବ କରିବେ। ମହତ୍ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ।
ସିଂହ: ମହାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କଥା ଶୈଳୀରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଜନକଲ୍ୟାଣରେ ଓ ସେବା ଧର୍ମରେ ଧନ ବ୍ୟୟ କରିବେ। ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି।
କନ୍ୟା: ପୂଜ୍ୟପୂଜାର ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦେବ-ବ୍ରାହ୍ମଣଙ୍କ ଆମିଷ ଗ୍ରହଣ କରି ଆତ୍ମସନ୍ତୋଷ ଲାଭ କରିବେ। ଶତ୍ରୁତାର ଅବସାନ ଘଟିବ। ବଡ଼ ଦାଣ୍ଡକୁ ଯାଇ ରଥାରୁଢ଼ ଶ୍ରୀଜୀଉମାନଙ୍କ ଦର୍ଶନାଭିଳାଷୀ ହେବେ।
ତୁଳା: ପ୍ରାଣୀ ଜଗତର ହିତ ସାଧନ ପାଇଁ ସପତ୍ନୀକ ଉତ୍ସାହପ୍ରଦ ହୋଇପାରନ୍ତି। ଜୀବେ ଦୟାର ସୁମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି। ରୁଦ୍ର ତାପରୁ ରକ୍ଷା କରିବା ପାଇଁ ପଶୁପକ୍ଷୀଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିବେ।
ବିଛା: ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାର ପ୍ରୟାସୀ ହେବେ। ଜନମାନସର ଆଦର୍ଶ ହୋଇପାରନ୍ତି। ନିର୍ଭରଶୀଳ ନହୋଇ ନିଜ କାର୍ଯ୍ୟ ସ୍ବବୁଦ୍ଧି, ବିବେକାନୁମୋଦିତ ଭାବେ ସମ୍ପାଦନ କରିବେ। ସମସ୍ତଙ୍କ ପ୍ରିୟ ହେବେ।
ଧନୁ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଆଜି ଦିନରେ ସତର୍କରେ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିନୟଭାବ ପ୍ରଦର୍ଶନ କରି ସମସ୍ତଙ୍କ ପ୍ରିୟପାତ୍ର ହେବେ। ପୁଣ୍ୟ ଅର୍ଜନ ପାଇଁ ସତତ ସଚେଷ୍ଟ ରତ ହେବେ। ସୁଶୀଳ ହେବେ। ସେବା ବ୍ରତକୁ ପାଥେୟ କରି ଦିନଟି ଅତିବାହିତ କରିପାରନ୍ତି।
କୁମ୍ଭ: ଶତ୍ରୁମାନେ ପଛଘୁଞ୍ଚା ଦେବାର ସମ୍ଭାବନା ରହିଛି। ନିଜ କର୍ମ ବଳରେ ବଳୀୟାନ ହେବେ। କେତେକ କାର୍ଯ୍ୟ ପାଇଁ ଅର୍ଥାଭାବ ଅନୁଭବ କରିପାରନ୍ତି। ନିଜ ନିଷ୍ପତ୍ତିରେ ଅଟଳ ରହିବେ। ସୁସ୍ଥ ରହିବେ।
ମୀନ: ପ୍ରଥିତ ପ୍ରଭାବସମ୍ପନ୍ନ ହୋଇପାରନ୍ତି। ଲୋଭାସକ୍ତ ହେଲେ ଜନସାଧାରଣଙ୍କ ବିରକ୍ତିଭାଜନ ହୋଇପାରନ୍ତି। ପାପମୁକ୍ତ ହୋଇ ପୁଣ୍ୟାର୍ଜନ ପାଇଁ ତୀର୍ଥ ଦର୍ଶନର ପ୍ରୟାସୀ ହେବେ। ସୁଖୀ ରହିବେ।