ଆଜିର ରାଶିଫଳ
ମେଷ: ଭାଗ୍ୟଶାଳୀ ହେବାର ସ୍ପଷ୍ଟ ସୂଚନା ମିଳୁଛି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।
ବୃଷ: ମାନସିକ ସଂଘାତ ଅନୁଭବ କରିପାରନ୍ତି। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟାଚଳକୁ ନେଇ ଆସନ୍ତୁ ଓ ଅଲାରନାଥଙ୍କୁ ଦର୍ଶନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବ।
ମିଥୁନ: କଳା ସୃଷ୍ଟି ଲାଗି ନିର୍ମଳ ମନ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଆବଶ୍ୟକ। କଳାକାର ଜୀବନ କାଳ ମଧ୍ୟରେ ସେବାକୁ ପ୍ରାଧାନ୍ୟ ଦେବା ମହତ୍ ପ୍ରୟାସୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ସୁସ୍ଥ ରହିବେ।
କର୍କଟ: ଉପନିଷଦରେ ଅଛି ‘ମାତୃ ଦେବ ଭବ’ ତା’ ପରିବର୍ତ୍ତେ ଦରିଦ୍ର ଦେବୋ ଭବ ଓ ମୂର୍ଖ ଦେବୋ ଭବ ପ୍ରତି ଧ୍ୟାନ ଦେବେ। ଭ୍ରାତୃଭାବ ଅତୁଟ ରହିବ। ଚତୁର ଓ ଶତ୍ରୁହନ୍ତା ହେବେ। ସେବା ପରାୟଣ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ସତ୍ୟପ୍ରଜ୍ଞ ହେତୁ ଆପଣଙ୍କ କ୍ରୋଧ ପାଣିର ଗାର ପରି ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବ।
କନ୍ୟା: ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ କରିପାରନ୍ତି। ଦାନଧର୍ମରୁ ବିଚ୍ୟୁତ ହେବେ ନାହିଁ। ଜୀବେ ଦୟା ପ୍ରକୃତିର ହେବେ। କୃଷି କର୍ମକାରୀ ହେବେ। ଜଳଯାତ୍ରାରେ ବିପଦ ରହିଛି। ବୁଦ୍ଧିମାନ୍ ହେବେ।
ତୁଳା: ଆତ୍ମବାଦୀ ହେବେ। ମନ ପ୍ରସନ୍ନ ରହିବ। ସଦାଚାରୀ ହେବେ। କର୍ତ୍ତବ୍ୟ ନିର୍ବାହ କରିବାରେ ସିଦ୍ଧହସ୍ତ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ପ୍ରେମୀ ଓ ସାହସୀ ହେବେ। ଭାଷା ମଧୁର ହେବ।
ବିଛା: ତିତୀକ୍ଷାର କଷଟିରେ ପରୀକ୍ଷା କରି ବିଦ୍ୟାଧାରୀଙ୍କୁ ଅବିଦ୍ୟାରୁ ମୁକ୍ତକରି ସନ୍ମାର୍ଗୀ କରିପାରନ୍ତି। ସୌଭାଗ୍ୟଶାଳୀ ହେବେ। ମଧରୁଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ।
ଧନୁ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିିଳୁଛି। ସତ୍ ସହିତ ସୁସମ୍ପର୍କ ଯୋଡ଼ି ସତ୍ସଙ୍ଗର ସୁଫଳ ପାଇବେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ରଣକୌଶଳୀ ହେବେ। ଜୀବନ ଶୋଧନର ମାର୍ଗକୁ ବାଛି ନେଇପାରନ୍ତି।
ମକର: ଧନ ବାଣ୍ଟିଲେ ସରିଯିବ; ମାତ୍ର ଜ୍ଞାନ ବଣ୍ଟନ କଲେ ବୃଦ୍ଧି ହାର ଅଧିକ ହେବ। କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି।
କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଈଶ୍ବରୀୟ ଚେତନା ଶକ୍ତିଯୁକ୍ତ ହେବେ। ଆପଣଙ୍କ ଅମୃତମୟ ଅଭିବ୍ୟକ୍ତି ଜନସାଧାରଣଙ୍କ ମନରେ ବିସ୍ମୟଭାବ ସୃଷ୍ଟି କରିବ। ସରକାରୀ ସ୍ତରରୁ ସମ୍ମାନ ପ୍ରାପ୍ତ ହେେବ।
ମୀନ: ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ସ୍ବାର୍ଥନ୍ବେଷୀଙ୍କ ବିରାଗଭାଜନ ହୋଇପାରନ୍ତି। ଲେଖାର ଶୈଳୀ ଓ ଭାଷା ମାର୍ଜିତ ହେବ।