ପିତୃପକ୍ଷରେ କେଉଁ କାର୍ଯ୍ୟ କରିବେ କରିବେ ନାହିଁ ଜାଣନ୍ତୁ

ଶାସ୍ତ୍ର ଅନୁସାରେ ଭାଦ୍ରବ ପୂର୍ଣ୍ଣିମାରୁ ପିତୃପକ୍ଷର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଛି ପିତୃପକ୍ଷ । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ମାନ୍ୟତା ଅନୁସାରେ ଏହି ସମୟରେ ପୂର୍ବପୁରୁଷ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ଶ୍ରାଦ୍ଧ ଓ ତର୍ପଣ ଗ୍ରହଣ କରନ୍ତି । ଏହାଦ୍ୱାରା ପରିବାରରେ ସୁଖଶାନ୍ତି ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ପରିବାର ଲୋକଙ୍କୁ ମିଳିଥାଏ । ପୂର୍ବପୁରୁଷ ଶାନ୍ତ ହୋଇ ଥାନ୍ତି । ପୂର୍ବ ପୁରୁଷ ଅସନ୍ତୁଷ୍ଟ ହେଲେ ଜୀବନରେ ସମସ୍ୟା ସହ ଅସଫଳତା ଲାଗି ରହିଥାଏ ବୋଲି କୁହାଯାଏ ।
ପିତୃପକ୍ଷରେ ପୂର୍ବପୁରୁଷଙ୍କ ପୂଜା କରିବା ସହ ପବିତ୍ର ନଦୀରେ ସ୍ନାନ, ଅସହାୟଙ୍କୁ ଦାନ କରିବା ଉଚିତ୍‌ । କାହା ସହ କଳହ କରିବା ମଧ୍ୟ ଉଚିତ୍‌ ନୁହେଁ ।

ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଉଚିତ୍‌ ନୁହେଁ..

ବିବାହ କରନ୍ତୁ ନାହିଁ
ଗୃହ ପ୍ରବେଶ କରିବା ଅନୁଚିତ୍‌
ଦୋକାନ ଉଦଘାଟନ କରନ୍ତୁ ନାହିଁ
ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ
ନୂଆ ଜିନିଷ କିଣନ୍ତୁ ନାହିଁ
ଆମିଷ ଭୋଜନ କରନ୍ତୁ ନାହିଁ
ଅପରିଷ୍କାର ପୋଷାକ ପିନ୍ଧନ୍ତୁ ନାହିଁ
ଚମଡା ଜିନିଷ ବ୍ୟବହାର କରନ୍ତୁ ନାହିଁ
ଜୀବ ହତ୍ୟା କରନ୍ତୁ ନାହିଁ
ମିଛ କୁହନ୍ତୁ ନାହିଁ, କାହାର ଅପମାନ କରନ୍ତୁ ନାହିଁ

କ’ଣ କିଣିବେ ନାହିଁ
ସୁନା,ରୁପା ଆଭୂଷଣ
ନୂଆ ପୋଷାକ
ଯାନ
ଘରୋଇ ସାଜସଜ୍ଜା ଜିନିଷ
ଭୂମି,ଘର
ଲୁହାରେ ତିଆରି ଜିନିଷ
ଚମଡାରେ ତିଆରି ଜିନିଷ

କ’ଣ ଦାନ କରିବେ ନାହିଁ
ଲୁହା ବାସନ
ଧାରୁଆ ଜିନିଷ
କାଚରେ ତିଆରି ଜିିନିଷ
ଚମଡାରେ ତିଆରି ଜିନିଷ
ପୁରୁଣା, ଛିଣ୍ଡା ପୋଷାକ
ତେଲ
ବାସି, ଅଇଁଠା ଖାଦ୍ୟ
ଲୁଣ
ପ୍ଲାଷ୍ଟିକ୍‌ରେ ତିଆରି ଜିନିଷ

Leave a comment