ଆଜିର ରାଶିଫଳ

ମେଷ: ଜନସେବାରେ ବ୍ରତୀ ହେବେ। ବିନ​‌ା ଚେଷ୍ଟାରେ କ୍ଷମତା ହାସଲ କରିବେ। କ୍ଷମତାର ବିକେନ୍ଦ୍ରୀକରଣ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବୃଷ: ଆର୍ଥିକ ଅବସ୍ଥାର ଅଧୋଗତି ଘଟିପାରେ। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କଠିନ ସ୍ବଭାବର ହୋଇପାରନ୍ତି।

ମିଥୁନ: ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସେବା କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବେ। ସୁଷମ ଖାଦ୍ୟ ମିଳିବ।

କର୍କଟ: ପରିବାରବର୍ଗଙ୍କ ସହାୟତା ତଥା କଳା, କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ। ଉପୁଜିଥିବା ମାନସିକ ଅଶାନ୍ତିର ପରିସମାପ୍ତି ଘଟିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଧାର୍ମିକ ହେବେ।

ସିଂହ: ଧର୍ମୀୟ ସଭାରେ ପ୍ରବଚକ ଭାବେ ଯୋଗ ଦେବା ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରି​‌େ​‌ବ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ। କୃଷି କର୍ମକର୍ତ୍ତା ସହିତ ଚାରାରୋପଣ କାର୍ଯ୍ୟକୁ ଅଗ୍ରାଧିକାର ଦେବେ। ସୁସ୍ଥ ଜୀବନ ବିତାଇବେ।

ତୁଳା: କର୍ମଭୂମିରୁ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମ ଶାନ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତି ଦୂର ହେବ। କର୍ମଠ ହେବେ।

ବିଛା: ତ୍ୟାଗପୂତ ଜୀବନ ବିତାଇବେ। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ବିବିଧ ଉପାୟରେ ଧନ ସଂଗ୍ରହ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। କର୍ମଚଞ୍ଚଳ ରହିବେ। ସୁଖୀ ଜୀବନ ବିତାଇବେ।

ଧନୁ: ଭଲ ଆୟ ହେବ। ବିଭାଗୀୟ ସୂତ୍ରରୁ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

କୁମ୍ଭ: ଅଧିକ ଜ୍ଞାନ ଅର୍ଜନ ପାଇଁ ସତ୍‌ ଚେଷ୍ଟା ଅବ୍ୟାହତ ରହିବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସ୍ଥିରମନା ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତ ହେବ।

ମୀନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କୃତିତ୍ବ ହାସଲ କରିବେ।

Leave a comment