ମହାଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ରାଶିଙ୍କ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଲକ୍ଷ୍ମୀ ରାଜଯୋଗ ହେବାକୁ ଯାଉଛି । ଏହି ଯୋଗ ଫଳରେ ଅନେକ ରାଶି ଲାଭବାନ୍ ହେବେ । ଗ୍ରହଙ୍କ ସେନାପତି ମଙ୍ଗଳ ସିଂହ ରାଶିରେ ରହିଛନ୍ତି । ୯ ଜୁନ୍ରେ ମଙ୍ଗଳ ଗ୍ରହ ସକାଳ ୮ଟା ୫୦ ମିନିଟ୍ରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଫଳରେ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହୋଇଛି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶିଙ୍କ ଭାଗ୍ୟ ବଦଳିଯିବ ।
ମିଥୁନ- କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧନ ଲାଭର ଯୋଗ ରହିଛି । ଧନ ସଞ୍ଚୟ କରିବେ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ- ଜୀବନରେ ଅନେକ ସଫଳତା ମିଳିବ । ସକରାତ୍ମକ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଯାତ୍ରାର ଯୋଗ ରହିଛି । ଜୀବନରେ ହସଖୁସି ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।
ତୁଳା- ଏହି ରାଶିଙ୍କୁ ବଡ ଲାଭ ମିଳିବ । ସଫଳତାର ରାସ୍ତା ଖୋଲିବ । ଜୀବନରେ ଖୁସି ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ନୂଆ ଚାକିରି ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ ।