ଆଜି ଏହି ରାଶି ହେବେ ମାଲାମାଲ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରର ଗତି ଅନୁଯାୟୀ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ କିଛି ସ୍ୱତନ୍ତ୍ର ନେଇ ଆସିଥାଏ । ୧୬ ଜୁଲାଇ ଦିନ ଶନି ଏବଂ ଚନ୍ଦ୍ର ମୀନ ରାଶିରେ ଏକାଠି ରହିବେ । ଏହାସହିତ ଯେତେବେଳେ ସୂର୍ଯ୍ୟ ସନ୍ଧ୍ୟାରେ ଗୋଚର କରି କର୍କଟ ରାଶିରେ ବସିବେ । ଶୁକ୍ର ବୃଷ ରାଶିରେ ଏବଂ ବୁଧ କର୍କଟ ରାଶିରେ ରହିବେ । ମଙ୍ଗଳ ଏବଂ କେତୁ ପୂର୍ବରୁ ସିଂହ ରାଶିରେ ଅଛନ୍ତି ଏବଂ ରାହୁ କୁମ୍ଭ ରାଶିରେ । ଏପରି ସ୍ଥିତିରେ ଆଜି ୫ଟି ରାଶିର ଲୋକମାନେ ମାଲାମାଲ ହେବାକୁ ଯାଉଛନ୍ତି ।
ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । ସାମାଜିକ ଏବଂ ବୃତ୍ତିଗତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆଜିର ଦିନଟି ନୂତନ ଚାକିରି, ବ୍ୟବସାୟିକ ସୁଯୋଗ କିମ୍ବା ସମ୍ପର୍କକୁ ମଧୁର କରିବା ପାଇଁ ଅନୁକୂଳ । ନୂତନ ପ୍ରକଳ୍ପ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସହିତ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ମିଳିବ ।
କର୍କଟ ରାଶି: ସୂର୍ଯ୍ୟଙ୍କ ଗୋଚର ଯୋଗୁଁ ଆପଣଙ୍କ ଘରେ ବୁଧାଦିତ୍ୟ ଯୋଗ ରହିଛି । ନିଷ୍ପତ୍ତି ଗ୍ରହଣ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ । ମିଥୁନରେ ବୃହସ୍ପତି ଆପଣଙ୍କୁ ଆଧ୍ୟାତ୍ମିକ ଏବଂ ସୃଜନଶୀଳ ପ୍ରଗତି ପ୍ରଦାନ କରିବେ । ଆଜିର ଦିନଟି ନୂତନ ଯୋଜନା ଆରମ୍ଭ କରିବାରେ ସାହାଯ୍ୟ କରିବ । ନିବେଶ କରିବେ, ମାନସିକ ଶାନ୍ତି ପାଇବେ । କ୍ୟାରିୟରରେ ପ୍ରଗତି, ସୃଜନଶୀଳ କାର୍ଯ୍ୟରେ ସଫଳତା ଏବଂ ଆର୍ଥିକ ଲାଭ ପାଇବେ ।
ତୁଳା ରାଶି: ଆଜିର ଦିନରେ ବୃଷ ରାଶିରେ ଶୁକ୍ରଙ୍କ ଉପସ୍ଥ୍ିତି ଆପଣଙ୍କୁ ଆର୍ଥିକ ଲାଭବାନ କରିବା । ସମ୍ପର୍କରେ ମଧୁରତା ଆଣିବ । ଦଶମ ଘରେ ବୁଧାଦିତ୍ୟ ଯୋଗ ହେତୁ କ୍ୟାରିୟରରେ ଉନ୍ନତି ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଅନୁକୂଳ । ଚାକିରିରେ ପଦୋନ୍ନତି, ପାରିବାରିକ ଖୁସି ଏବଂ ସାମାଜିକ ସମ୍ମାନ ବୃଦ୍ଧି ମିଳିବ ।
ବିଛା ରାଶି: ମିଥୁନ ରାଶିରେ ବୃହସ୍ପତିଙ୍କ ଉପସ୍ଥିତି ଆପଣଙ୍କୁ ଶୁଭକାମନା ଏବଂ ଅପ୍ରତ୍ୟାଶିତ ସୁଯୋଗ ଆଣିଦେବ । ନବମ ଘରେ ବୁଧାଦିତ୍ୟ ଯୋଗ ଶିକ୍ଷା, ଯାତ୍ରା ଏବଂ ଆଧ୍ୟତ୍ମିକ ପ୍ରଗତିକୁ ବୃଦ୍ଧି କରିବ । ଆଜିର ଦିନଟି ନୂତନ ଆରମ୍ଭ ପାଇଁ ଭଲ ସମୟ । ଭାଗ୍ୟର ସମର୍ଥନ, ଶିକ୍ଷାରେ ସଫଳତା ପାଇବେ ।
କୁମ୍ଭ ରାଶି: କୁମ୍ଭ ରାଶିରେ ରାହୁଙ୍କ ଉପସ୍ଥିତି ସୃଜନଶୀଳତା ଏବଂ ନବସୃଜନକୁ ବୃଦ୍ଧି କରିବ । ଷଷ୍ଠ ଘରେ ବୁଧାଦିତ୍ୟ ଯୋଗ ଚ୍ୟାଲେଞ୍ଜ ଉପରେ ବିଜୟ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ପ୍ରଦାନ କରିବ । ଏହି ଦିନଟି ପ୍ରକଳ୍ପରେ ସଫଳତା ଏବଂ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ଶୁଭ । କାର୍ଯ୍ୟରେ ସଫଳତା, ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ନୂତନ ସୁଯୋଗ ପାଇବେ