ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ : ଆଜି ଆପଣଙ୍କ ଚିନ୍ତାଧାରା କଳ୍ପନାଶୀଳ ଓ ସୃଜନଶୀଳ ରହିବ । ନିଜର ସୃଜନଶୀଳତାକୁ ଭଲ କାମରେ ବ୍ୟବହାର କରନ୍ତୁ । ନୂଆ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଭଲ । ଧାର୍ମିକ ତୀର୍ଥଯାତ୍ରା କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିପାରେ ।
ବୃଷ : କର୍ମକ୍ଷେତ୍ରରେ ଆପଣଙ୍କ ବୃତ୍ତିଗତ ସମ୍ପର୍କ ମଜବୁତ ହେବ । ନିଜ ପାଇଁ କିଛି ବିଶେଷ କରିବାକୁ ଚାହୁଁଥିଲେ ଆଜି ଭଲ ସମୟ । ତେବେ ଆଖପାଖର ଲୋକଙ୍କ ଉପରେ କ୍ରୋଧିତ ହେବାରୁ ବଞ୍ଚନ୍ତୁ । କ୍ରୋଧ ଓ ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ଦୂରଯାତ୍ରା ଏଡ଼ାଇବା ଭଲ ।
ମିଥୁନ : ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଅନୁକୂଳ ରହିବ । ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ମାନସିକ ଭାବେ ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ କରିବେ । କର୍ମକ୍ଷେତ୍ରରେ ଅଧିକ ସମୟ ଦେଇ ନିଜ ଲକ୍ଷ୍ୟ ପୂରଣ କରନ୍ତୁ । ଆଳସ୍ୟ ତ୍ୟାଗ କରି ଉତ୍ସାହର ସହ କାମ କରନ୍ତୁ ।
କର୍କଟ : ଆଜି ପରିବାର ସହିତ ଭଲ ସମୟ ବିତାଇବେ । ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାର ଯୋଜନା ହୋଇପାରେ । କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ । ତେବେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅସାବଧାନତା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।
ସିଂହ ନିଜ ଜ୍ଞାନ ଓ ଅନୁଭବ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଓ ସହଯୋଗର ଭଲ ସଙ୍କେତ ରହିଛି । ନୂଆ ପ୍ରୟାସ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ । କାମରେ ଶୃଙ୍ଖଳା ବଜାୟ ରଖନ୍ତୁ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।
କନ୍ୟା ଅପରିଚିତ ଲୋକଙ୍କ ସହ ନିକଟତା ବଢ଼ାଇବା ସମୟରେ ସତର୍କ ରୁହନ୍ତୁ । ବନ୍ଧୁମାନଙ୍କ ସହ ମିଶିବା ଓ ସମୟ ବିତାଇବାର ସୁଯୋଗ ମିଳିବ । ତେବେ ଅନାବଶ୍ୟକ ଯୁକ୍ତିତର୍କରେ ଜଡ଼ିତ ହୁଅନ୍ତୁ ନାହିଁ । ଛୋଟ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ, ତେଣୁ ଧୈର୍ଯ୍ୟ ଧରନ୍ତୁ ।
ତୁଳା: କଠିନ ପରିଶ୍ରମ ଓ ନିଷ୍ଠା ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ମିଳିବ । ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଦ୍ୱାରା ମନକୁ ଶାନ୍ତି ମିଳିବ । ଅଭାବୀ ଲୋକଙ୍କୁ ଦାନ କରିବା ମଧ୍ୟ ଶୁଭଫଳ ଦେଇପାରେ ।
ବିଛା : କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଜଣେ ପୁରୁଣା ବନ୍ଧୁଙ୍କ ସହ ହଠାତ୍ ଭେଟ ହୋଇପାରେ । ତେବେ କୌଣସି କାମରେ ବାଧା ଆସିଲେ ଚିନ୍ତିତ ନହୋଇ ଧୈର୍ଯ୍ୟର ସହ ତାହାର ସମାଧାନ କରନ୍ତୁ । ଅଧାରେ କାମ ଛାଡ଼ିବା ପରିବର୍ତ୍ତେ ଚେଷ୍ଟା ଜାରି ରଖନ୍ତୁ ।
ଧନୁ : ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ବିତିବ । ଭ୍ରମଣର ସୁଯୋଗ ମିଳିପାରେ। ବ୍ୟବସାୟିକ ଯାତ୍ରା ମଧ୍ୟ ଲାଭଦାୟକ ହୋଇପାରେ । ନୂଆ ସ୍ଥାନକୁ ଯିବାର ସୁଯୋଗ ମିଳିବ । ତେବେ କୌଣସି କାରଣରୁ ଅତିରିକ୍ତ ଖର୍ଚ୍ଚ ହୋଇପାରେ, ତେଣୁ ଟଙ୍କା ଖର୍ଚ୍ଚ କରିବାବେଳେ ସତର୍କ ରୁହନ୍ତୁ ।
ମକର : ପ୍ରତିକୂଳ ପାଗକୁ ଅଣଦେଖା କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ପରିବାରର ବୟସ୍କ ସଦସ୍ୟଙ୍କ ସାଥ ଆପଣଙ୍କ ମନକୁ ଖୁସି ଦେବ । ତେବେ କୌଣସି କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
କୁମ୍ଭ : ଆଜି ଆପଣ ମାନସିକ ଭାବେ ହାଲୁକା ଓ ଖୁସି ଅନୁଭବ କରିବେ । ଘରେ ସୁଖଦ ପରିବେଶ ରହିବ । ବାଣିଜ୍ୟିକ କାର୍ଯ୍ୟକଳାପରେ ଆଗ୍ରହ ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଜୀବନସାଥୀଙ୍କ ସହ ଥିବା ମତଭେଦ ଦୂର ହୋଇ ସମ୍ପର୍କରେ ମଧୁରତା ଫେରିବ ।
ମୀନ: ଆଜି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ଆଖପାଖର ସଫାସୁତୁରା ଉପରେ ମଧ୍ୟ ନଜର ରଖନ୍ତୁ । ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇ ଆର୍ଥିକ ଦିଗକୁ ସୁଦୃଢ଼ ରଖନ୍ତୁ । କଥାବାର୍ତ୍ତା ସମୟରେ ସଂଯମ ରଖି ଭାବିଚିନ୍ତି କଥା ହୁଅନ୍ତୁ । ନଚେତ୍ ଛୋଟ କଥାକୁ ନେଇ ଅନାବଶ୍ୟକ ବିବାଦରେ ପଡ଼ିପାରନ୍ତି ।