ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ଆଜିର ଦିନ
ମେଷ : ନିଜ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । କାମରେ ଆସୁଥିବା ବାଧା ଦୂର ହେବ ଏବଂ ପ୍ରଗତିର ସୁଯୋଗ ମିଳିବ । ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସମ୍ବଳ ସୀମିତ ରହିପାରେ, ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
ବୃଷ : ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । ଶୁଭ ଘଟଣା ନେଇ ମନ ଖୁସି ରହିବ । ବୃତ୍ତିଗତ କ୍ଷେତ୍ରରେ ପ୍ରଗତି ହେବ । ଜ୍ଞାନ ଓ ଅଭିଜ୍ଞତା ବଢ଼ିବ । ଭଲ ଲୋକଙ୍କ ସହଯୋଗ ମିଳିବ ।
ମିଥୁନ : କିଛି ଗୁରୁତ୍ୱପୂର୍ଣ୍ଣ କାମ ସଫଳ ହେବ । ଅନାବଶ୍ୟକ ଦୌଡ଼ଭଙ୍ଗରୁ ଦୂରେଇ ରୁହନ୍ତୁ । ପ୍ରିୟଜନଙ୍କ ସହ ଦେଖା ହେବ । ବିଳମ୍ବିତ କାମ ସମ୍ପୂର୍ଣ୍ଣ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ କାମ ସମୟରେ ଶେଷ କରନ୍ତୁ ।
କର୍କଟ : ଆଶା ଓ ଉତ୍ସାହ ବଢ଼ିବ । ଉନ୍ନତି ପାଇଁ ମିଳୁଥିବା ସୁଯୋଗ ଲାଭଦାୟକ ହେବ । ନୂଆ ପୋଷାକ କିମ୍ବା ପ୍ରିୟ ଜିନିଷ ମିଳିପାରେ । ସଭା ଓ ସେମିନାରରେ ସମ୍ମାନ ବଢ଼ିବ । କାମରେ ଥିବା ବାଧା ଦୂର ହେବ ।
ସିଂହ : ବ୍ୟବସାୟ ଓ ବୃତ୍ତି କ୍ଷେତ୍ର ଅନୁକୂଳ ରହିବ । ପଦୋନ୍ନତିର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ସତର୍କତାର ସହ ଚାଲନ୍ତୁ । ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ । ଦୈନନ୍ଦିନ ଜୀବନରେ ସୁବିଧା ବଢ଼ିବ ।
କନ୍ୟା : ଖୁସି ଓ ଆନନ୍ଦର ଦିନ ରହିବ । ଲାଭଦାୟକ କାର୍ଯ୍ୟ ପାଇଁ ପ୍ରୟାସ ସଫଳ ହେବ । ଛୋଟ ଛୋଟ ଲାଭରୁ ମନ ଖୁସି ହେବ । କିଛି ଗୁରୁତ୍ୱପୂର୍ଣ୍ଣ କାମ ନେଇ ବ୍ୟସ୍ତତା ବଢ଼ିପାରେ । ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି ।
ତୁଳା : ଶୁଭ କାର୍ଯ୍ୟରୁ ଭଲ ଫଳ ମିଳିବ । କାମରେ ଲାଭ ହେବ ଏବଂ ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ବୃତ୍ତିଗତ କ୍ଷେତ୍ରରେ ପ୍ରଗତି ହେବ । କାର୍ଯ୍ୟଭାର ବଢ଼ିପାରେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ।
ବିଛା : ସାମାଜିକ ସମ୍ମାନ ବଢ଼ିବ । ଆୟ ଓ ଖର୍ଚ୍ଚ ସ୍ଥିର ରହିପାରେ । ବ୍ୟବସାୟରେ ଧ୍ୟାନ ଦେଲେ ସଫଳତା ମିଳିବ । ପରିଚିତ ଲୋକଙ୍କ ସହଯୋଗରେ କାମ ସଫଳ ହେବ । ବାଧା ଦୂର ହୋଇ ପ୍ରଗତିର ରାସ୍ତା ଖୋଲିବ ।
ଧନୁ : ନୂଆ ଦାୟିତ୍ୱ ବଢ଼ିପାରେ । ନିଜ କାମକୁ ପ୍ରାଥମିକତା ଦିଅନ୍ତୁ । ବ୍ୟବସାୟରେ କିଛି ବାଧା ମାନସିକ ଚାପ ବଢ଼ାଇପାରେ । ସାମାଜିକ ସମ୍ମାନ ବଢ଼ିବ । ଯାତ୍ରାରୁ ଭଲ ଫଳ ମିଳିପାରେ ।
ମକର : କାମରେ ପ୍ରଗତି ହେବ ଏବଂ ଆର୍ଥିକ ଲାଭର ସୁଯୋଗ ମିଳିବ । ଯାତ୍ରା ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ । ବିରୋଧୀଙ୍କ ଠାରୁ ସତର୍କ ରହିବା ଭଲ । ପରିବାରରେ କିଛି ଅଶାନ୍ତି ଦେଖାଦେଇପାରେ ।
କୁମ୍ଭ : ସମୟ ଅନୁକୂଳ ରହିବ । ବ୍ୟବସାୟରେ ପ୍ରଗତି ଜାରି ରହିବ । କାରବାରରେ ଥିବା ବାଧା ଦୂର ହେବ । ପରିଶ୍ରମରୁ ଲାଭ ମିଳିବ । ଅନାବଶ୍ୟକ ବିବାଦରେ ନପଡ଼ି ନିଜ କାମରେ ଧ୍ୟାନ ଦିଅନ୍ତୁ । ନୂଆ ସହଯୋଗର ସୁଯୋଗ ମିଳିପାରେ ।
ମୀନ : ବନ୍ଧୁଙ୍କ ସହଯୋଗରେ କାମରୁ ଲାଭ ମିଳିବ । ପୂର୍ବ ଯୋଜନା ଅନୁସାରେ କାମ ସୁରୁଖୁରୁରେ ହେବ । ବିପଦପୂର୍ଣ୍ଣ କାମରୁ ଦୂରେଇ ରୁହନ୍ତୁ । ଖ୍ୟାତି ଓ ପ୍ରତିଷ୍ଠା ବଢ଼ିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ବ୍ୟବସାୟରେ ବୃଦ୍ଧି ହେବ ।