ଆଜିର ରାଶିଫଳ
ମେଷ: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ହେବ। ଭଲ ଉପାର୍ଜନ କରିବାରେ ସଫଳ ହେବେ।
ବୃଷ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ସହିତ ତାଳମେଳ ରଖନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ହେବ।
ମିଥୁନ: ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ। ଆମଦାନି ପାଇଁ ଭଲ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ।
କର୍କଟ: ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ। ପରିବାର ସଦସ୍ୟଙ୍କ ଭିତରେ ସହଯୋଗର ଭାବନା ରହିବ।
ସିଂହ: ସହକର୍ମୀଙ୍କ ପ୍ରତି ଭଲ ବ୍ୟବହାର ସଫଳତା ହାସଲରେ ସହାୟକ ହେବ। ଲେଖାଲେଖି କରୁଥିବା ଲୋକ ଶୁଭ ଖବର ପାଇବେ। ଜୀବନସାଥୀର ଭାବନା ପ୍ରତି ଧ୍ୟାନ ଦିଅନ୍ତୁ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜ ଅଭିଜ୍ଞତା ବଳରେ ସଫଳତା ହାସଲ କରିବେ। ସଙ୍ଗୀତ ଛାତ୍ରଛାତ୍ରୀଙ୍କୁ ନୂଆ ସୁଯୋଗ ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ତୁଳା: ପୂରା ଦିନ ଚଳଚଞ୍ଚଳ ରହିବେ। ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି ମନ ପସନ୍ଦ ଜାଗାକୁ ବୁଲି ଯିବେ।
ବିଛା: ନୂଆ ଲୋକଙ୍କ ସହିତ ମିଶିବେ। ଆପଣଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ବ ମିଳିବାର ଯୋଗ ଅଛି। ଆପଣଙ୍କର ନମ୍ର ବ୍ୟବହାର ଯୋଗୁଁ ଘରୋଇ ପରିବେଶ ଶାନ୍ତ ହେବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଚାକିରିରେ ଯଥେଷ୍ଟ ସଫଳତା ପାଇବେ। ବେପାରୀଙ୍କୁ ଲାଭ ମିଳିବାର ଯୋଗ ଅଛି।
ମକର: ପାରିବାରିକ ବାତାବରଣ ସୁଖଦ ରହିବ। ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ଦାମ୍ପତ୍ୟ ସମସ୍ୟା ସମାପ୍ତ ହେବ।
କୁମ୍ଭ: ଆପଣଙ୍କର ସବୁ କାମ ସଫଳତାପୂର୍ବକ ସଂପନ୍ନ ହେବ। ସହକର୍ମୀଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ନିଜର କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ଧର୍ମ ଉପରେ ଆପଣଙ୍କର ଆସ୍ଥା ବଢ଼ିବ। ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବାର ଯୋଗ ଅଛି। ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନୋବଳ ଉଚ୍ଚା ରହିବ।