ଆଜିର ରାଶିଫଳ

ମେଷ: ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶା ଠାରୁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।

ମିଥୁନ: ସାମାଜିକ ପରିସର ବୃଦ୍ଧି ହେବ। ଦୈନିକ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ। ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି। ବାହନ କିଣିବା ଲାଗି ଦିନଟି ଶୁଭ। ପରିବାରରେ ଖୁସି ବଜାୟ ରହିବ।

କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ପ୍ରମୋଶନ ମିଳିପାରେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ।

ସିଂହ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

କନ୍ୟା: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।

ତୁଳା: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ବିଛା: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିୟରଙ୍କୁ ଭଲ ଅବସର ମିଳିବ। କିଛି ମହତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ଧନୁ: କୌଣସି କାମରେ ମାତା ପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

ମକର: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବେପାର ଆଗକୁ ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ। ଲେଖକଙ୍କର କୌଣସି ସମା‌ରୋହରେ ସମ୍ମାନିତ ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ।

କୁମ୍ଭ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟ ଡ଼ିଲ୍ ପାଇଁ ବଡ଼ ସହରକୁ ଯିବେ।

ମୀନ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ। ‌

Leave a comment