ସୁଖ ଏବଂ ସମୃଦ୍ଧିର ପ୍ରତୀକ ରଙ୍ଗୋଲି ଘରେ ସକରାତ୍ମକ ଶକ୍ତିକୁ ପ୍ରବେଶ କରାଇଥାଏ । ଏହା ଘରକୁ ଆଶୀର୍ବାଦ ଆଣିଥାଏ ଏବଂ ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ରଙ୍ଗୋଲି ସହ ଜଡିତ ବାସ୍ତୁ ନିୟମ ଏବଂ ଶୁଭ ରଙ୍ଗ:
– ଦୀପାବଳି ସମୟରେ ସ୍ୱସ୍ତିକ,କଳସର ରଙ୍ଗୋଲି ଆଦି ସବୁଜ, ଧଳା, ନୀଳ ରଙ୍ଗ, ଶୁଖିଲା ଫୁଲ ଏବଂ ସବୁଜ ପତ୍ର ସାହାଯ୍ୟରେ ପୂର୍ବ-ଉତ୍ତର ଦିଗରେ ତିଆରି କରିବା ଉଚିତ୍ ।
– ରଙ୍ଗୋଲି ଗୋଲାକାର କିମ୍ବା ଓଭାଲ୍ ଆକାରରେ ତିଆରି କରାଯିବା ଉଚିତ୍, କାରଣ ଏହି ଆକାର ଗୁଡ଼ିକ ସମ୍ପୂର୍ଣ୍ଣତା ଏବଂ ଏକତାର ପ୍ରତୀକ ହୋଇଥାଏ ।
ଏହା ସହ ମୁଖ୍ୟ ଦ୍ୱାର, ପୂଜା ସ୍ଥାନ ଏବଂ ଘରର ଦକ୍ଷିଣ-ପୂର୍ବ କୋଣରେ ନାଲି, ଗୋଲାପୀ ଭଳି ଉଜ୍ଜ୍ୱଳ ରଙ୍ଗ ବ୍ୟବହାର କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ ।
– ରଙ୍ଗୋଲିରେ ସ୍ୱସ୍ତିକ, ଓମ୍ ଏବଂ ପଦ୍ମଫୁଲ ଭଳି ଶୁଭ ପ୍ରତୀକଗୁଡ଼ିକୁ ବାସ୍ତୁ ଅନୁଯାୟୀ ଶୁଭ ବୋଲି ବିବେଚନା କରାଯାଏ ।
– ବାସ୍ତୁ ଅନୁଯାୟୀ, ଦୀପାବଳି ରଙ୍ଗୋଲିରେ ଲାଲ, କମଳା, ହଳଦିଆ ଏବଂ ସବୁଜ ଭଳି ଶୁଭ ରଙ୍ଗ ରହିବା ଉଚିତ ଯାହା ସମୃଦ୍ଧତା, ବିକାଶ ଏବଂ ସକରାତ୍ମକତାର ପ୍ରତୀକ ।