ଟାଟା ଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାବେଳେ ଏଫ୍ଏଏମ୍ଡିର ଫେରୋ କ୍ରୋମ୍ ରପ୍ତାନି କାର୍ଯ୍ୟରେ ବ୍ୟବହାର ପାଇଁ ଏହାକୁ ନିୟୋଜିତ କରାଯାଇଛି। ଏପରିକି କମ୍ପାନୀର କଣ୍ଟେନର ଫ୍ରେଟ୍ ଷ୍ଟେଶନ (ସିଏଫ୍ଏସ୍) ପାର୍ଟନର ଜରିଆରେ ଭାଇଜାଗ (ଆନ୍ଧ୍ରପ୍ରଦେଶ)ର ଭିପିଏଲ୍ କଣ୍ଟେନର ଫ୍ରେଟ୍ ଷ୍ଟେଶନରେ ଇ-ଫର୍କ ଲିଫ୍ଟ କାର୍ଯ୍ୟକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମ୍ଡି) ପଙ୍କଜ ସତିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଇଜାଗ୍ ପ୍ରୋଫାଇଲ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଇ.ଶଙ୍କର ରାଓ, ଟାଟା ଷ୍ଟିଲ୍ ଲଜିଷ୍ଟିକ୍ସର (ଏଫ୍ଏଏମ୍ଡି) ମୁଖ୍ୟ ଅମିତ ଚୌବେ, ପୋର୍ଟ ଅପରେଶନ (ଯୋଗାଣ ଶୃଙ୍ଖଳା)ର ବରିଷ୍ଠ ଏରିଆ ମ୍ୟାନେଜର ସୁରେଶ ବାବୁ ରବିପତି ଏବଂ ଟାଟା ଷ୍ଟିଲ୍ର ଏରିଆ ମ୍ୟାନେଜର ଲଜିଷ୍ଟିକ୍ସ (ଏଫ୍ଜି) ସୌମ୍ୟ ବସୁ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମ୍ଡି) ପଙ୍କଜ ସତିଜା କହିଛନ୍ତି, ଆମେ ଆମର କାର୍ବନ ଫୁଟ୍ପ୍ରିଣ୍ଟକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ଅନୁକୂଳ କାର୍ଯ୍ୟ ପାଇଁ ସର୍ବଦା ପ୍ରୟାସ କରୁଛୁ। ଏପରିକି ଆମର ଫେରୋକ୍ରୋମ ରପ୍ତାନି ଅଭିଯାନରେ ଇଲେକ୍ଟ୍ରିକ୍ ରନ ଫର୍କ ଲିଫ୍ଟ ପ୍ରଚଳନ କରିଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷକରି ଆମର ସିଏଫ୍ଏସ ପାର୍ଟନର ଏମ୍ଏସ୍ ଭିପିଏଲ୍କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବାରେ ଏହା ଆମକୁ ଆହୁରି ସାହାଯ୍ୟ କରିବ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post