ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ । ବିଶ୍ୱ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ ମନ୍ତ୍ରାଳୟର ପ୍ରତିବଦ୍ଧତାର ଏକ ଅଂଶ ।ଏହି ଏମଆଇଭିଗୁଡିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ । ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ ।ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନୀରିକ୍ଷଣ ହେବ । ଏନଏଚଏଆଇ/ଏନଏଚଆଇଡିସିଏଲ/ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମଓଆରଟିଏଚର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନୀରିକ୍ଷଣ କରାଯିବ ।ଗୁଜୁରାଟ ପାଇଁ ରାଜିନାମା ଆଜି ସ୍ୱାକ୍ଷର ହୋଇଛି । ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକ ସହ ଖୁବ ଶୀଘ୍ର ସ୍ୱାକ୍ଷର ହେବ । ଭବିଷ୍ୟତରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏପରି ଭ୍ୟାନ ନିୟୋଜିତ ହେବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ