ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ। ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାରେ ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ବ୍ୟକ୍ତିଗତ ସଚିବ ଥିଲେ। ଅବସର ଗ୍ରହଣ କରିବା ପରେ ବିଜୟ ନାୟକ ରାଜ୍ୟ ସରକାରଙ୍କ ପାଇଁ ଏବେ ବି କାର୍ଯ୍ୟରତ ଅଛନ୍ତି।
ପୁରୀ ସାକ୍ଷାଗୋପାଳରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ବିଜୟ ନାୟକ ଓଏସଡି (ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତ ହୋଇଛନ୍ତି। ଅବସର ନେବା ବେଳେ ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ।୨୦୦୨ ମସିହାରେ ପରିବହନ, ବାଣିଜ୍ୟ ଏବଂ ମତ୍ସ୍ୟ ପଶୁ ପାଳନ ବିଭାଗର ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେହିପରି ମନମୋହନ ସାମଲ ରାଜସ୍ୱ ମନ୍ତ୍ରୀ ଥିବା ବେଳେ ବିଜୟ ନାୟଙ୍କ ତାଙ୍କର ସଚିବ ଥିଲେ।