ଅଚିନ୍ତା ସୁଲି ଜିତିଲେ ଗୋଲ୍ଡ ମେଡାଲ

ପୁରୁଷ 73 କିଲୋଗ୍ରାମ ଓଜନ ବର୍ଗ ଫାଇନାଲରେ ଭାରତୀୟ ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ଶୁଲି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 22 ତମ କମନୱେଲଥ ଗେମ୍ସରେ ଭାରୋତ୍ତୋଳନ ଇଭେଣ୍ଟରେ ଏହା ଭାରତର ଷଷ୍ଠ ପଦକ ଥିଲା । ତେବେ ସେ ଏହି ପଦକକୁ ତାଙ୍କ ଭାଇଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ଭାଇ ଶ୍ରମିକ ଭାବେ କାମ କରି ତାଙ୍କୁ ଏତେବାଟ ପଠାଇଥିବା ସେ କହିଛନ୍ତି ।

ଏହାପୂର୍ବରୁ ମିରବାଇ ଚାନୁ, ସାଙ୍କେଟ, ଗୁରୁରାଜ, ବିନ୍ଦିଆ ଏବଂ ଜେରେମି ଲାଲ୍ରିନ୍ନୁଙ୍ଗା ଭାରତ ପାଇଁ ପଦକ ଜିତିଥିଲେ। ଏଥିରୁ ମିରାବାଇ ଏବଂ ଜେରେମି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ ଏବଂ ଏହା ପରେ ଅଚିନ୍ତା ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରୋତ୍ତୋଳନ ଇଭେଣ୍ଟରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ ।