କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା

କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା । ଟିକରପଡା ଗାଁରେ କଲେରାରେ ଜଣେ ପ୍ରାଣ ହରାଇଛନ୍ତି । ଏହା ସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ବେସରକାରୀ ଭାବେ ଏହି ସଂଖ୍ୟା ୧୩ ବୋଲି କୁହାଯାଉଛି । ପ୍ରାଣ ହରାଇଥିବା ମହିଳା ୫୫ ବର୍ଷୀୟା ଗୁରୁବାର ଦୋରୀ ବୋଲି ଜଣାଯାଇଛି ।ଗୁରୁତର ଅବସ୍ଥାରେ ଟିକିରଠାରୁ ରାୟଗଡା ସ୍ଥାନାନ୍ତରିତ ହୋଇଥିଲା ଗୁରୁବାରୀ । ରାୟଗଡାରୁ ତାଙ୍କୁ କୋରାପୁଟ ବଡ ମେଡିକାଲ ପଠାଯାଇଥିଲା । ତେବେ ସେ କୋରାପୁଟ ନ ଯାଇ ଗାଁକୁ ଚାଲି ଆସିଥିଲେ । କାଶୀପୁର ଅଂଚଳରେ ଗତ କିଛି ଦିନ ହେଲା କଲେରା ବ୍ୟାପିବାରେ ଲାଗିଛି । ଦୂଷିତ ପାଣି ଯୋଗୁଁ ଏଭଳି ହେଉଥିବା ଜଣାପଡିଛି ।