୨୬ ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେତେବେଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶରତ ସଭରଓ୍ବାଲ ଏହି ମାମଲାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଶରତ କହିଛନ୍ତି ତାଙ୍କୁ ପାକିସ୍ତାନ ଆର୍ମିରୁ ତଥ୍ୟ ମିଳିଥିଲା ଯେ, ଲସ୍କର-ଇ-ତୋଇବାର ମୁଖ୍ୟ ହାପିଜ୍ ସଇଦ୍ ବିରୁଦ୍ଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।ପାକିସ୍ତାନ ଆର୍ମିର କହିବା ମୁତାବକ ହାପିଜ୍ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନଥିଲା। କିନ୍ତୁ ସେନା ପକ୍ଷରୁ ଏହାକୁ ଅଣଦେଖା କରାଯାଇ, ହାଫିଜ ପ୍ରତି ଉଦାସୀନ ମନୋଭାବ ଦେଖାଯାଇଥିଲେ।ତେବେ ସେବେଠାରୁ ମୁମ୍ବାଇ ଆକ୍ରମଣରେ ଲସ୍କରଙ୍କ ଭୂମିକା ଉପରେ ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ ହୋଇଥିବା ଏହି ଆକ୍ରମଣରେ ଲସ୍କର ଆତଙ୍କବାଦୀମାନେ ମୁମ୍ବାଇରେ ତିନି ଦିନ ଧରି ଆକ୍ରମଣ କରିଚାଲିଥିଲେ। ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ। କରାଚିରୁ ସମୁଦ୍ରପଥରେ ଆସିଥିବା ୧୦ ଜଣ ଆତଙ୍କବାଦୀ ସାରା ମୁମ୍ବାଇରେ ସୃଷ୍ଟି କରିଥିଲେ ଭୟ ଓ ଆତଙ୍କ। ତା’ପରେ ଲସ୍କରର ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ଜୀବନ୍ତ ଅବସ୍ଥାରେ ଧରିଥିଲା ପୁଲିସ୍। ପରେ, ଏଥିରେ ହାଫିଜ ସଇଦର ସମ୍ପୃକ୍ତି ଥିବା ଅନେକ ପ୍ରମାଣ ମିଳିଥିଲା।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post