ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
ସ୍ବାସ୍ଥ୍ୟଗତ କାରଣ ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ ଏଥିରେ ଅଂଶଗ୍ରହଣ କରିନଥିଲେ। ତେବେ ଯୁବରାଜ ଚାର୍ଲସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ।
ଉଦ୍ଘାଟନୀ ଉତ୍ସବରେ ଡୁରାନ ଡୁରାନ, ବ୍ଲାକ୍ ସାବତ ଭଳି ବ୍ୟାଣ୍ଡ ଏବଂ ଗିଟାରିଷ୍ଟ ଟମି ଲୁମି ସଙ୍ଗୀତ ପରିବେଷଣ କରିଥିଲେ। ଏହି ୧୧ ଦିନିଆ ପ୍ରତିଯୋଗିତାରେ ୫୦୦୦ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି।
୭୦୦ରୁ ଅଧିକ କଳାକାରଙ୍କ ନୃତ୍ୟ ପରିବେଷଣ କରିଥିଲେ । ଏହି ଉତ୍ସବ ଉପସ୍ଥିତ ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗୁରୁବାର ରାତିରେ ରଙ୍ଗାରଙ୍ଗ ପରିବେଶ ଭିତରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ୭୨ଟି ଦେଶର କ୍ରୀଡ଼ାବିତ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଆଜିଠୁ ଖେଳ ଆରମ୍ଭ ହେବ ।
ଭାରତୀୟ ଦୌଡ଼କୁଦ ଦଳରେ ଥିବା ଧନଲକ୍ଷ୍ମୀ ସେକର ଏବଂ ତାଙ୍କ ବଦଳ ଖେଳାଳି ଘୋଷିତ ହୋଇଥିବା ଏମ୍ଭି ଜିଲନା ଡୋପ୍ ଟେଷ୍ଟ୍ରେ ବିଫଳ ହେବା ପରେ ଓଡ଼ିଆ ତାରକା ଦୂତି ଚାନ୍ଦ ଲାଭବାନ ହୋଇଛନ୍ତି। ପୂର୍ବରୁ କେବଳ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ଥିବା ଦୂତି ଏବେ ୧୦୦ ମିଟର ବର୍ଗରେ ମଧ୍ୟ ଦୌଡ଼ିବାର ସୁଯୋଗ ପାଇଛନ୍ତି। ମହିଳା ୧୦୦ ମିଟର ବ୍ୟତୀତ ଅନ୍ୟତମ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦଙ୍କ ସହ ଦୂତି ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ମଧ୍ୟ ଦୌଡ଼ିବାର ବି ଯଥେଷ୍ଟ ସମ୍ଭାବନା ରହିଛି।