ତୃତୀୟ ଦିନିକିଆରେ ଭାରତ ବିଜୟୀ

ୱେଷ୍ଟଇଣ୍ଡିଜ୍‌କୁ ୩ୟ ଦିନିକିଆରେ ୧୧୯ ରନ୍‌ରେ ପରାସ୍ତ କରିଛି ଭାରତ । ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ଶୁଭମନ ଗିଲ । ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୩ ୱିକେଟ୍‌ରେ ୨୨୫ ରନ୍ ସଂଗ୍ରହ କରିପାରିଥିଲା ଭାରତୀୟ ଦଳ ।

ଓପନର ଶୁଭମନ ଗିଲ ବ୍ୟକ୍ତିଗତ ଭାବେ ୯୮ ରନ୍ ସଂଗ୍ରହ କରି ଅପରାଜିତ ଥିଲେ । ଗିଲଙ୍କ ବ୍ୟତୀତ ଅଧିନାୟକ ଶିଖର ଧୱନ ୫୮ ରନ୍ ସଂଗ୍ରହ କରିଥିଲେ ଓ ଶ୍ରେୟସ ଆୟର ୪୪ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଫ୍ଲପ ହୋଇଥିଲେ । ସେ ୮ ରନ୍ ସଂଗ୍ରହ କରିଥିଲେ । ସଂଜୁ ସାମସନ ଅପରାଜିତ ୬ ରନ୍ କରିଥିଲେ ।

ତେବେ ମୂଳରୁ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇ ଚାଲିଥିଲା ୱେଷ୍ଟଇଣ୍ଡିଜ୍ । ମାତ୍ର ୨୬ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିପାରିଥିଲା ଘରୋଇ ଦଳ । ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରାଣ୍ଡନ କିଙ୍ଗ 42 ରନ୍ ଏବଂ ନିକୋଲାସ ପୂରନ ସର୍ବାଧିକ ୪୨ ରନ୍ ସଂଗ୍ରହ କରିଥିଲେ । ସାଈ ହୋପ ୨୨ ରନ୍ କରିଥିଲେ । ହେଡନ ୱାଲ୍‌ଶ ଜୁନିୟର ବ୍ୟକ୍ତିଗତ ଭାବେ ୧୦ ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟ ଖେଳାଳିମାନେ ନିରାଶ କରିଥିଲେ । ଚାରି ଜଣ ଖେଳାଳି ଶୂନ୍ୟରେ ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସିରାଜଙ୍କୁ ୨-୨ଟି ୱିକେଟ ମିଳିଥିଲା ।