କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶରେ ମୋଟ ପାସହାର ୯୯.୩୮ ପ୍ରତିଶତ ହୋଇଛି। ଛାତ୍ରଙ୍କୁ ପୁଣି ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସହାର ୯୯.୨୬ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସହାର ୯୯.୫୨ ପ୍ରତିଶତ ରହିଛି। ଟପ୍ପର ତାଲିକାରେ ମୋଟ ୧୮ ଛାତ୍ରଛାତ୍ରୀ ସମାନ ନମ୍ବର ରଖି ରାଙ୍କ ୧ ନଂରେ ସ୍ଥାନ ପାଇଛନ୍ତି। ଗୁରୁଗାଓଁ ସ୍କଟିସ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅନନ୍ଦିତା ମିଶ୍ର ଓ ଏସଏମଟି ସୁଲୋଚନା ଦେବୀ ସିଙ୍ଘାଣିଆ ସ୍କୁଲର ଛାତ୍ରୀ ଉପାସନା ନନ୍ଦିଙ୍କ ପରି ୧୮ ଜଣ ସମାନ ୩୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି।ଓଡ଼ିଶାରୁ ବ୍ରହ୍ମପୁରସ୍ଥିତ ଡିଇ ପାଉଲ ସ୍କୁଲର ଛାତ୍ରୀ ପ୍ରଜ୍ଞା ମିଶ୍ର ୩୯୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବେଳେ ସେହି ସ୍କୁଲର ଛାତ୍ରୀ ସୌମ୍ୟା ପଟ୍ଟନାୟକ ଓ ରାଉରକେଲାର ଚିନ୍ମୟୀ ବିଦ୍ୟାଳୟ (ଇ.ଏମ) ଛାତ୍ର ଲଲିଟେନ୍ଦୁ ଜଗଜ୍ୟୋତି ମିଶ୍ର ୩୯୫ ନମ୍ବର ଲେଖାଏଁ ରଖି ଦ୍ବିତୀୟ ସ୍ଥାନରେ ଅଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ