ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ ନାହାନ୍ତି । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଧାନସଭାରେ ଆଜି ମତ ପ୍ରକାଶ ପାଇଛି । ବିଧାୟକ ଭାସ୍କର ମଢେଇଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଗୃହରେ ଉତ୍ତର ରଖୁଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନ ସହ ନେଉଛନ୍ତି ଓ ସେମାନଙ୍କୁ କିପରି ଏସସି–ଏସଟି ମାନ୍ୟତା ମିଳିବ ସେ ନେଇ ଲଗାତାର ଚେଷ୍ଟା କରୁଛନ୍ତି । ହେଲେ ଏହି ମାନ୍ୟତା ଦେବା କାମ କେନ୍ଦ୍ର ସରକାରଙ୍କର ବୋଲି ସେ କହିଛନ୍ତି।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Next Post