ନବୀନଙ୍କୁ ଭେଟିଲେ ଆର ମାଧବନ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ବେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ
ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସ୍ଵିମିଂ ପ୍ରତିଯୋଗୀତାରେ ଭେଦାନ୍ତ ଭାଗ ନେଇଛନ୍ତି। 4ଟି ଗୋଲ୍ଡ ମେଡାଲ ପାଇଛନ୍ତି ବେଦାନ୍ତ । ମାଧବନ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମାଧବନ। ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଅତ୍ୟନ୍ତ ଚମତ୍କାର ବୋଲି ସେ କହିଛନ୍ତି ।