ଭୁବନେଶ୍ବର: ୪ ବର୍ଷରେ ୧୨୨ କୋଟି ଟଙ୍କା ଠକିଛନ୍ତି ସାଇବର ଠକ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ତୁଷାରକାନ୍ତି କହିଛନ୍ତି । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨୨ କୋଟି ୪୮ ଲକ୍ଷ ଟଙ୍କା ସାଇବର ଅପରାଧୀ ଲୁଟି ନେଇଛନ୍ତି । ସେଥିରୁ ମାତ୍ର ୨ କୋଟି ୮୭ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୩୬୬ଜଣ ଗିରଫ ହୋଇଥିଲେ । ମୋଟ ୩୫ କୋଟି ଟଙ୍କାର ସାଇବର ଠକେଇ ହୋଇଥିଲା ଓ ଏଥିରୁ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି । ୨୦୨୧ ମସିହାରେ ମୋଟ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ଜଣ ଗିରଫ ହୋଇଛନ୍ତି । ମୋଟ ୪୦ କୋଟି ଟଙ୍କା ସାଇବର ଠକେଇ ହୋଇଛି ଓ ମାତ୍ର ୨୭ ଲକ୍ଷ ଟଙ୍କା ଉଦ୍ଧାର ସମ୍ଭବପର ହୋଇଛି । ୨୦୨୨ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୫୬୫ଟି ସାଇବର ଅପରାଧ ମାମଲାରେ ୮୩ଜଣଙ୍କୁ ଗିରଫ କରାଯାଇଛି । ମୋଟ ୨୧ କୋଟି ଟଙ୍କାର ସାଇବର ଠକେଇ ହୋଇଛି ଓ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ