ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ
ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍ ୧୮ ଟଙ୍କା ଥିବାବେଳେ, ତାହା ବର୍ତ୍ତମାନ ବୃଦ୍ଧି ପାଇ ୭୧ ଟଙ୍କାରେ ପହଁଚିଛି। କହିବାକୁ ଗଲେ ଏକ କେଜି କଞ୍ଚା ଲଙ୍କା ଦାମ୍ ୭୧୦ ଟଙ୍କା ହୋଇଯାଇଛି। ଏହାର ମୂଲ୍ୟ ମାସକ ଭିତରେ ୨୮୭% ବୃଦ୍ଧି ପାଇଛି।
ସୂଚନା ଥାଉକି, ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ଟମାଟୋ ଦାମ୍ ୨୦୦ ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨୦୦ ଟଙ୍କା, କଲରା ୧୬୦ ଟଙ୍କା, ବିନ୍ସ ୩୨୦ ଟଙ୍କା, ବନ୍ଧାକୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା ଓ କଞ୍ଚା କଦଳୀ ୧୨୦ ଟଙ୍କାରେ ବିକ୍ରି ହେଉଛି।