ଭୁବନେଶ୍ବର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ସାମ୍ବାଦିକଙ୍କୁ ମୋକିମ କହିଛନ୍ତି ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ରାଷ୍ଟ୍ରପତି ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି ।
ମୋକିମ ନିଜ ବିବେକ ଅନୁଯାୟୀ ଭୋଟ ଦେଇଥିବା କହିଛନ୍ତି ।ପୂର୍ବରୁ ପିସିସି ସଭାପତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।