ଲଗାଣବର୍ଷା ଯୋଗୁ ବର୍ଷାପାଇଁ କଟକ ଭୁବନେଶ୍ୱରକୁ ଆଲର୍ଟ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ କଟକ ଓ ଭୁବନେଶ୍ୱରରେ ଲାେକମାନେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜଳବନ୍ଦୀ ସମସ୍ୟା ପୂର୍ବରୁ ଜଳନିଷ୍କାସନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାମ ନଥିଲେ ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ