ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା
କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ଅପରାଜିତା ସମାଲୋଚନା କରିଛନ୍ତି । ରାଜ୍ୟରେ ୨୨ ବର୍ଷ ଧରି ବିଜେଡି ଶାସନକ୍ଷମତାରେ ଥିବା ସତ୍ତ୍ୱେ ଗରିବୀ ହଟିନଥିବା ସେ ଅଭିଯୋଗ କରିଛନ୍ତି ।
ଏବେ ବି ରାଜ୍ୟରେ ୧ କୋଟି ୩୫ଲକ୍ଷ ଲୋକେ ଗରିବ ଅଛନ୍ତି । ସେଥିମଧ୍ୟରୁ ୪୨ଲକ୍ଷ ପରିବାର ଋଣ ବୋଝରେ ବୁଡ଼ି ରହିଛନ୍ତି । କେବଳ ଏତିକି ନୁହେଁ କୋଣାର୍କ ତଥା ନିମାପଡା ଓ କାକଟପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ମଧ୍ୟ ସେ କହିଛନ୍ତି ।
ସବୁଠୁ ବଡ଼ କଥା ହେଲା ଲୋକମାନେ ଦୀର୍ଘ ଦିନ ଧରି ରହୁଥିଲାବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳିନାହିଁ । ତୁରନ୍ତ ସେଠାକାର ବାସନ୍ଦାଙ୍କୁ ଜମି ପଟ୍ଟା ଯୋଗାଇଦେବାକୁ ସେ ସରକାରଙ୍କୁ କହିଛନ୍ତି ।