ନୂଆ ରୂପରେ କଙ୍ଗନା

ନୂଆ ରୂପରେ କଙ୍ଗନା । ଇନ୍ଦିରା ଗାନ୍ଧିଙ୍କ ରୂପରେ ବଲିଉଡ କୁଇନ । ରିଲିଜ୍ ହୋଇଥିବା ଆଗାମୀ ଫିଲ୍ମ ‘ଏମର୍ଜେନ୍ସି’ର ଟିଜରରେ ଏପରି କିଛି ଦମଦାର ଲୁକରେ ଆସିଛନ୍ତିି କଙ୍ଗନା । ଟିଜରଟି ଏକ ଫୋନକଲରୁ ଆରମ୍ଭ ହୋଇଛି । କଙ୍ଗନାଙ୍କ ଲୁକ୍, ଭଏସ୍, ଓ ଏକ୍ସପ୍ରେସନକୁ  ଇନ୍ଦିରାଙ୍କ ପରି ଲାଗୁଛି ।

ଟିଜରକୁ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ପ୍ରାୟ ବର୍ଷେ ହେଲା ସେ ସିନେମା ‘ଏମର୍ଜେନ୍ସି’ ଉପରେ କାମ କରୁଛନ୍ତି । ରୀତେଶ ଶାହା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । କଙ୍ଗନା ନିଜେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।  ଏହା ପୂର୍ବରୁ ସେ ‘ମଣିକର୍ଣ୍ଣିକା’ରେ ପ୍ରଥମ ନିର୍ଦ୍ଦେଶନା ଦେଇଥିଲେ । ମଣିକଣ୍ଣ୍ଣିକା ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ‘ଏମର୍ଜେନ୍ସି’ ହେଉଛି ତାଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ସିନେମା । ତେବେ ଏହି ସିନେମା ଦର୍ଶକଙ୍କ ମନକୁ କିପରି ପାଉଛି ତାହା ଦେଖିବାକୁ ବାକି ରହିଲା ।