ପେଟ୍ରୋଲ 5, ଡିଜେଲ 3 ଟଙ୍କା ହ୍ରାସ କଲେ ସିନ୍ଦେ ସରକାର


ମହାରାଷ୍ଟ୍ରରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇଛି । ସରକାର ବଦଳିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା 5 ଟଙ୍କା ଏବଂ ଡିଜେଲ ଲିଟର ପିଛା 3 ହ୍ରାସ କରାଯିବ।

ମହାରାଷ୍ଟ୍ରବାସୀଙ୍କୁ ଆରାମ ଯୋଗାଇବା ପାଇଁ ତାଙ୍କ ସରକାର ଇନ୍ଧନ ଉପରେ ଭାଟ୍ ହ୍ରାସ କରିବେ ବୋଲି କହିଛନ୍ତି ଏକନାଥ ସିନ୍ଦେ । ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲରୁ ଟ୍ୟାକ୍ସ କମାଇଥିବାରୁ ଦର ହ୍ରାସ ପାଇଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଭାଟ ଦର କମାଇଥିଲେ । ସେତେବେଳେ ମହାରାଷ୍ଟ୍ର ସରକାର କିଛି ଦର କମାଇନଥିଲେ ।