ଇଂଲଣ୍ଡ ବିପକ୍ଷ ଆଜି ପ୍ରଥମ ଦିନିକିଆ
ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜି ଠାରୁ ଆରମ୍ଭ ହେଉଛି । ଓଭାଲରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହେବ । ଟି-୨୦ରେ ବିଜୟ ହାସଲ କରିବା ପରେ ଭାରତୀୟ ଟିମ୍ର ମନୋବଳ ବଢ଼ିଛି । ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମର ଲକ୍ଷ୍ୟ ପ୍ରଥମ ମୁକାବିଲାରେ ବିଜୟ ହାସଲ କରି ଶୃଙ୍ଖଳାରେ ଅଗ୍ରଣୀଲାଭ କରିବା ।
ରୋହିତ ଶର୍ମା , ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (wk), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର / ପ୍ରସାଦ କୃଷ୍ଣ, ମହମ୍ମଦ ଶାମି, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା ଆଜି ଖେଳିପାରନ୍ତି ।
ଅନ୍ୟପଟରେ ଭାରତୀୟ ଟିମ୍ ଚଳିତ ବର୍ଷ ୨ଟି ଦିନିକିଆ ଶୃଙ୍ଖଳା ଖେଳିଛି । ଚଳିତ ବର୍ଷ ଭାରତ ପ୍ରଥମ ଦିନିକିଆ ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଲିଥିଲା, ଯେଉଁଥିରେ କି ୩-୦ରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ପରେ ଭାରତୀୟ ଟିମ୍ ନିଜ ମାଟିରେ ୱେଷ୍ଟଇଣ୍ଡିଜକୁ ୩-୦ରେ ପରାସ୍ତ କରିଥିଲା । ଶିଖର ଧୱନ ଟିମ୍କୁ ଫେରିଥିବାରୁ ଓପନିଂ କ୍ରମରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିରାଟ କୋହଲିଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସ୍ଥାନ ମିଳିପାରେ । କୋହଲି ଆଘାତ ପାଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ।